Friday, October 2, 2026
30.6 C
Odisha

    ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ,ଆଜିଠୁ କିଣିବେ ଇଭିଯାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା । ଆଜି ଠାରୁ କେବଳ କିଣାହେବ ଇଭି ଯାନ। ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ତେଲ ଦର ଆକାଶଛୁଆଁ ହେବାରେ ଲାଗିଛି। ଏହାର ସିଧାସଳଖ ପ୍ରଭାବ ରାଜ୍ୟର ରାଜକୋଷ ଉପରେ ପଡ଼ିବାକୁ ଯାଉଛି। ଏହି ଇନ୍ଧନ ସଙ୍କଟର ମୁକାବିଲା କରିବା ପାଇଁ ଓଡ଼ିଶା ସରକାର ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଣିକି ସରକାରୀ କାମରେ ବ୍ୟବହାର ପାଇଁ କେବଳ ଇଲେକ୍ଟ୍ରିକ୍ ଯାନ କିଣାଯିବ।

    ଆଜିଠୁ ଏହି ନିୟମ ସମସ୍ତ ସରକାରୀ ବିଭାଗ ପାଇଁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବର୍ଦ୍ଧିତ ଇନ୍ଧନ ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମାରେ କିଛି କଡ଼ା ଗାଇଡଲାଇନ୍ ସ୍ଥିର ହୋଇଛି। ବିଭିନ୍ନ ପାହ୍ୟାର ସରକାରୀ ପଦାଧିକାରୀ ଓ ବ୍ୟକ୍ତିଙ୍କ ପାଇଁ ଇଭି (EV) କିଣିବାର ସର୍ବାଧିକ ଟଙ୍କାର ସୀମା ନିର୍ଦ୍ଧାରଣ ହୋଇଛି।

    ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ବିଚାରପତି ଏବଂ ମନ୍ତ୍ରୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା । ସେହିପରି ମୁଖ୍ୟ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ସଚିବ ଓ ସମାନ ପାହ୍ୟାର ଅଧିକାରୀଙ୍କ ପାଇଁ ୨୫ ଲକ୍ଷ ଟଙ୍କା ସୀମା ରହିଛି। ଜିଲ୍ଲା ଜଜ୍, ଜିଲ୍ଲାପାଳ ଓ SP ମାନଙ୍କ ପାଇଁ୨୦ ଲକ୍ଷ ଧାର୍ଯ୍ୟ ହୋଇଛି। ସରକାରୀ ବ୍ୟବହାର ପାଇଁ କେବଳ ଟାଟା, ମହିନ୍ଦ୍ରା ଓ ମାରୁତି ଦ୍ୱାରା ନିର୍ମିତ ଇଲେକ୍ଟ୍ରିକ୍ ଗାଡ଼ି ହିଁ କିଣାଯାଇପାରିବ। କୌଣସି ବି ଇଭି କିଣିବା ପୂର୍ବରୁ ଅର୍ଥ ବିଭାଗର ପୂର୍ବ ସହମତି ବା ଅନୁମତି ନେବା ଅପରିହାର୍ଯ୍ୟ ରହିଛି।

    ସରକାରୀ ଗାଡ଼ି ଗୁଡ଼ିକର ନିର୍ଦ୍ଧାରିତ ସମୟ ଶେଷ ହେବା ପରେ ଓ ସେଗୁଡ଼ିକୁ ସ୍କ୍ରାପ୍ ବା ଅଚଳ ଘୋଷଣା କରାଯିବା ପରେ ହିଁ ନୂଆ ଗାଡ଼ି କିଣାଯାଇପାରିବ। ରାଜ୍ୟରେ “ୱାନ୍ ଅଫିସର ୱାନ୍ ଭେହିକିଲ୍” ନୀତିକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଆଜିଠୁ କେବଳ ଅସାଧାରଣ ବା ଜରୁରୀ ପରିସ୍ଥିତିକୁ ବାଦ୍ ଦେଲେ ପେଟ୍ରୋଲ୍ କିମ୍ବା ଡିଜେଲ୍ ଗାଡ଼ି କିଣିବା ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି। ଏହି ନୂଆ ନିୟମ ସମସ୍ତ ସରକାରୀ ବିଭାଗ, ସରକାରୀ ଉଦ୍ୟୋଗ, ସ୍ୱାୟତ୍ତ ଶାସିତ ସଂସ୍ଥା, ବିଶ୍ୱବିଦ୍ୟାଳୟ ଓ ସରକାରୀ ସୋସାଇଟି ଗୁଡ଼ିକ ପାଇଁ ସମାନ ଭାବେ ଲାଗୁ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ