Sunday, October 4, 2026
28.6 C
Odisha

    ଆଖି ତଳ କଳାଦାଗ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

    ଆଗକୁ ପଢନ୍ତୁ

    ଆଖି ତଳେ କଳା ଦାଗ ପଡ଼ିଥିଲେ , ଏହା ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ଆଖି ଖାଲୁଆ ଥିବା ଭଳି ମନେହୁଏ।ଆଜିକାଲି ଏହି ସମସ୍ୟା ଅନେକଙ୍କର ଥିବାର ଦେଖିବାକୁ ମିଳେ। ଅନେକ କାରଣ ଯୋଗୁଁ ଏହି ସମସ୍ୟା ଦେଖାଦେଇଥାଏ।ଶରୀରରେ ପୋଷକ ତତ୍ତ୍ୱର ମାତ୍ରା କମ ହେବା, ଭଲରେ ନିଦ ନହେବା ଓ ମାନସିକ ବିଷାଦ କିମ୍ବା ଅଧିକ ସମୟ ଧରି କମ୍ପ୍ୟୁଟର ସାମ୍ନାରେ ବସି କାମ କରିବା ଆଦି କାରଣରୁ ଆଖି ଉପରେ ଏହାର ପ୍ରଭାବ ପଡିଥାଏ।ଆଉ ଆଖି ତଳେ କଳା ଦାଗ ପଡିଥାଏ। ଆସନ୍ତୁ ଜାଣିବା ଏହି କଳାଦାଗ ଦୂର କରିବା ପାଇଁ କିଛି ଘରୋଇ ଉପାୟ –

    ଆଳୁ- ଆଖିତଳେ ଯଦି ଆପଣଙ୍କର କଳା ଦାଗ ପଡିଛି, କୌଣସି ଔଷଧ ବଦଳରେ ଆଳୁକୁ ବ୍ୟବହାର କରନ୍ତୁ। ରାତିରେ ଶୋଇବା ପୂର୍ବରୁ ଚେହେରାକୁ ଭଲରେ ସଫା କରନ୍ତୁ। ଏହାପରେ ଆଳକୁ ପତଳା କରି କାଟି ଏକ ସ୍ଲାଇଡ ଆଖିରେ ୨୦ ରୁ ୨୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ଏହପରେ ଚେହେରାକୁ ଧୋଇ ଦିଅନ୍ତୁ। ପ୍ରତିଦିନ ଏପରି କରିବା ଦ୍ୱାରା ଆସ୍ତେ ଆସ୍ତେ ଆଖି ତଳ କଳାଦାଗ ଦୂରେଇ ଯିବ ।

    କାକୁଡି – କାକୁଡି ରସ କଳାଦାଗ ପାଇଁ ବହୁତ ଉପକାରୀ । କାକୁଡିକୁ ଛୋଟ ସ୍ଲାଇସ କାଟି ଆଖି ଉପରେ ରଖନ୍ତୁ । ୧୫ ମିନିଟ ପରେ ଧୋଇଦିଅନ୍ତୁ । ଏପରି ନିୟମିତ କରିବା ଦ୍ୱାରା ଆପଣ କାକୁଡିର ଉପକାରିତା ଅନୁଭବ କରିପାରିବେ ।

    ଗୋଲାପ ଜଳ- ଆଖି ତଳେ କଳା ଦାଗ ପାଇଁ ଗୋଲାପ ଜଳକୁ ବ୍ୟବହାର କରନ୍ତୁ। ବନ୍ଦ ଆଖିରେ ଗୋଲାପ ଜଳରେ ଭିଜା ତୁଳାକୁ ଆଖିରେ ରଖନ୍ତୁ। ଏପରି ୧୦ ମିନିଟ ହିଁ ରଖନ୍ତୁ। ଏପରି କରିବା ଦ୍ୱାରା ଆଖିର ଚାରିପାଖ ତ୍ୱଚା ଆସ୍ତେ ଆସ୍ତେ ଚମକି ଉଠିବ।

    ବାଦାମ ତେଲ- କଳାଦାଗରୁ ରକ୍ଷା ପାଇବା ପାଇଁ ବାଦାମ ତେଲ ବହୁତ ଲାଭଦାୟକ। ବାଦାମ ତେଲକୁ ଆଖିର ଚାରିପାଖେ ଲଗାଇ ୧୦ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ ।

    ଟମାଟୋ- ଟମାଟୋ ରସରେ କିଛି ବୁନ୍ଦା ଲେମ୍ବୁରସ, ଏକ ଚୁଟକି ବେସନ ଓ ହଳଦୀ ମିଶାଇ ନିଅନ୍ତୁ । ଏହି ମିଶ୍ରଣକୁ ଆଖିର ଚାରି ପାଖରେ ଲଗାଇ ନିଅନ୍ତୁ । ଏହି ମିଶ୍ରଣକୁ ସପ୍ତାହରେ ଅତିକମରେ ୩ ଥର ଲଗାନ୍ତୁ । ଏପରି କରିବା ଦ୍ୱାରା କଳାଦାଗ ବା ଡାର୍କସର୍କଲ ଧୀରେ ଧୀରେ କମି ଯିବ। ଆପଣଙ୍କ ଚେହେରାରା ପୁଣି ଚମକ ଆସିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ