Sunday, October 4, 2026
28.6 C
Odisha

    ଚେହେରାରେ ଚମକ ଆଣିବ ରସୁଣ : ଜାଣନ୍ତୁ ଉପାୟ

    ଆଗକୁ ପଢନ୍ତୁ

    ରସୁଣ କେବଳ ରୋଷେଇ ଘରେ ମସଲା ରୂପେ କିମ୍ବା ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର ହୁଏ ତାହା ନୁହେଁ ,ଥଣ୍ଡା କାଶ ଠାରୁ ଆରମ୍ଭ କରି ବିଭିନ୍ନ ସାଧାରଣ ରୋଗରୁ ଉପଶମ ଦେଇଥାଏ ଓ ଅନେକ ରୋଗକୁ ନିୟନ୍ତ୍ରିତ କରିଥାଏ । ପାଣିପାଗ ହିସାବରେ ଆପଣଙ୍କୁ ଏହାର ସେବନର ମାତ୍ରା ବଦଳାଇବାକୁ ପଡ଼ିବ । ଆସନ୍ତୁ ଜାଣିବା କେମିତି ରସୁଣ ସୌନ୍ଦର୍ଯ୍ୟ ଉପଚାରରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପାଟିକୁ ରସୁଣର ସ୍ୱାଦ ଖୁବ୍ କଡା ଲାଗିଥାଏ। ହେଲେ ଏହାକୁ ଖାଇଲେ ବୟସାଧିକରେ ମଳିନ ଓ କୁଞ୍ଚ କୁଞ୍ଚ ଦେଖାଯାଉଥିବା ଚେହେରାରେ ଚମକ ଆସିଥାଏ। କେଶ ଝଡା ସମସ୍ୟା ଦୂର ହୋଇଥାଏ। ଆପଣ ଯଦି ବୟସ ବୃଦ୍ଧି ସତ୍ୱେ ଯୁବା ଦେଖାଯିବା ପାଇଁ ଚାହାନ୍ତି ,ତେବେ ଆପଣଙ୍କୁ ରସୁଣକୁ ନେଇ ଏହି ଉପାୟ ଅବଲମ୍ବନ କରିବାକୁ ହେବ –

    ୨୫୦ ଗ୍ରାମ ରସୁଣ ନେଇ ଖଣ୍ଡ ଖଣ୍ଡ କରି କାଟନ୍ତୁ। ଏହାପରେ ତାହାର ଏକ ପେଷ୍ଟ୍ କରି ସେଥିରେ ୨୫ଟି ଲେମ୍ବୁର ରସକୁ ମିଶାନ୍ତୁ।

    ଏହି ମିଶ୍ରଣକୁ ଏକ କାଚର ବୋତଲରେ ରଖି ଭଲ ଭାବରେ ବୋତଲକୁ ହଲାଇ ରଖିଦିଅନ୍ତୁ। ଏଥିସହିତ ଆପଣଙ୍କୁ ଏହି ବୋତଲର ମୁହଁକୁ ବନ୍ଦ କରି ୨୪ ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ରସୁଣର ପେଷ୍ଟକୁ କାଚ ବୋତଲରେ ରଖନ୍ତୁ।

    ଏକ କପ୍ ଥଣ୍ଡା ପାଣି ସହ ରସୁଣର ପେଷ୍ଟରୁ ଗୋଟିଏ ଚାମଚ ସେବନ କରନ୍ତୁ । ୧୫ ଦିନ ପର୍ଯ୍ୟନ୍ତ ଲଗାତାର ଏପରି ସେବନ କରିବା ଦ୍ୱାରା ଆପଣ ନିଜେ ହିଁ ଏହାର ଫରକ୍ ଅନୁଭବ କରିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ