Saturday, January 18, 2025
13.9 C
Odisha

    ଆଖି ପୋଡା ଜଳା ହେବା ସହ କାଶରେ ଫାଟିପଡିଲା ଅଞ୍ଚଳ

    ଆଗକୁ ପଢନ୍ତୁ

    ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ନିବାଡା ଗାଁରେ ମଙ୍ଗଳବାର ସକାଳୁ ସକାଳୁ ଲୋକଙ୍କ ଶ୍ୱାସକ୍ରିୟାରେ ଦେଖାଦେଲା ସମସ୍ୟା । ସମସ୍ତଙ୍କ ଆଖି ପୋଡା ଜଳା ହେବା ସହ କାଶରେ ଫାଟିପଡିଲା ଅଞ୍ଚଳ । ସ୍ଥିତିକୁ ଦେଖି ସ୍କୁଲ ପ୍ରଶାସନ ତଥା ମଦରସାଗୁଡିକୁ ବନ୍ଦ କରି ପିଲାଙ୍କୁ ଘରକୁ ପଠାଇଦିଆଗଲା । ଗ୍ରାମବାସୀ ବିକଳରେ ଛୋଟ ଥୁଆଙ୍କୁ ରେଜେଇ, କମଳ ତଳେ ଲୁଚେଇଦେଲେ । ଅନେକଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । ତେବେ ଏହା କୌଣସି ବିଷାକ୍ତ ଗ୍ୟାସ ଲିକ ପାଇଁ ହୋଇ ନ ଥିଲା । ହଠାତ୍ ବାୟୁ ପ୍ରଦୂଷଣ ସୀମା ଟପିଲା । ପ୍ରଥମେ ଲୋକେ ଭାବିଥିଲେ କୌଣସି ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ ଲିକ ହୋଇଛି । ପରେ ପ୍ରଚାର ହୋଇଗଲା କି ପୋଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି । ଏମିତି ହେଲା କି ସ୍ଥାନୀୟ ସ୍କୁଲ ପ୍ରଶାସନ ପିଲାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଦେଖି ସ୍କୁଲ ଓ ମଦ୍ରାସାକୁ ବନ୍ଦ କରିଦେଲେ । ପିଲାଙ୍କୁ ଘରକୁ ପଠାଇଦିଆଗଲା । ଲୋକେ ବାହାରେ, ଘରେ କୋଉଠି ବି ରହିପାରିଲେ ନାହିଁ । ଜୀବନ ବିକଳରେ ଲୋକେ ଘରର ୪ କାନ୍ଥ ଭିତରେ ନିଜକୁ ଆବଦ୍ଧ କରିଦେଲେ ସିନା ପ୍ରଦୂଷଣରୁ ମୁକ୍ତି ମିଳିଲା ନାହିଁ । ତେବେ ବାସ୍ତବରେ ପୋଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିନଥିଲା । ମଙ୍ଗଳବାର ସକାଳୁ ସକାଳୁ ସେହି ଅଞ୍ଚଳରେ ପୋଲିସ ମକ ଡ୍ରିଲ ଆରମ୍ଭ କରିଥିଲା । ସେମିତି ଏବେ ବାୟୁ ପ୍ରଦୂଷଣ ୟୁପିରେ ଉଗ୍ର ରୂପ ନେଇଥିବା ବେଳେ ପୋଲିସ ପାରେଡରୁ ଆହୁରି ସ୍ଥିତି ଖରାପ ହୋଇଗଲା । ରାସ୍ତାରେ ପୋଲିସ ପାରେଡରୁ ଉଠୁଥିବା ଧୂଳି ବାୟୁମଣ୍ଡଳରେ ଖେଳିଗଲା । ଏହିଧୂଳି ଗାଁର ପରିବେଶକୁ ଦୂଷିତ କରିବା ସହ ଜୀବନ ଯାତ୍ରାକୁ ଖିନଭିନ କରିଦେଇଥିବା ଜାତୀୟ ଗଣମାଧ୍ୟମରୁ ଖବର ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.9 ° C
    13.9 °
    13.9 °
    42 %
    1.5kmh
    0 %
    Fri
    14 °
    Sat
    28 °
    Sun
    30 °
    Mon
    31 °
    Tue
    32 °

    ସମ୍ବନ୍ଧିତ