Wednesday, August 27, 2025
24.6 C
Odisha

    ଆଖି ବୁଜିଲେ ବଳଙ୍ଗ ପୀଡିତା, ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

    ଆଗକୁ ପଢନ୍ତୁ

    ହାରିଗଲେ ବଳଙ୍ଗା ପୀଡିତା | ଭୁବନେଶ୍ୱର ହସ୍ପିଟାଲ ଓ ପରେ ଦିଲ୍ଲୀ ଏମ୍ସରେ ଦୀର୍ଘ ପନ୍ଦର ଦିନରୁ ଉର୍ଦ୍ଧ୍ଵ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡିତା | ଆଜି ଦିଲ୍ଲୀ ସ୍ଥିତ ଏମ୍ସରେ ତାଙ୍କର ମୃତ୍ୟୁ ଘଟିଛି | ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଏମ୍ସ ସୂତ୍ରରୁ ପ୍ରକାଶ ପାଇଛି | ସରକାରଙ୍କ ସମସ୍ତ ପ୍ରୟାସ ଓ ଦିଲ୍ଲୀ ମେଡିକାଲର ବିଶେଷଜ୍ଞଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ଆଜି ଆଖି ବୁଝିଛନ୍ତି ବଳଙ୍ଗା ପୀଡିତା |
    ବଳଙ୍ଗ ପୀଡିତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ |

    ପ୍ରକାଶଯୋଗ୍ୟ, ଜୁଲାଇ ୧୯ ତାରିଖ ସକାଳେ ପୀଡ଼ିତା ସାଙ୍ଗ ଘରକୁ ଯାଉଥିବା ବେଳେ ବାଟରୁ ନାବାଳିକାକୁ ୩ ଦୁର୍ବୃତ୍ତ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ଦୁର୍ବୃତ୍ତମାନେ ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠାକୁ ନେଇଯାଇଥିଲେ । କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଅଘଟଣ ବେଳେ କିଛି ସ୍ଥାନୀୟ ଲୋକ ପହଞ୍ଚି ବାଳିକାଙ୍କୁ ଉଦ୍ଧାର କରିଥିଲେ । ନାବାଳିକା ଘରେ ଖବର ଦିଆଯିବା ସହ ପିପିଲି ମେଡିକାଲରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା । ପରେ ପୀଡ଼ିତାଙ୍କୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସା କରିବା ସହ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.6 ° C
    24.6 °
    24.6 °
    92 %
    0.8kmh
    100 %
    Wed
    24 °
    Thu
    29 °
    Fri
    30 °
    Sat
    29 °
    Sun
    30 °

    ସମ୍ବନ୍ଧିତ