Saturday, May 30, 2026
30.2 C
Odisha

    ଆଗକୁ ବନ୍ଦ୍ ହୋଇପାରେ ଅଖ ଚକ, ଠପ୍ ହୋଇ ପାରେ ଯାତ୍ରୀବାହୀ ବସ ସେବା

    ଆଗକୁ ପଢନ୍ତୁ

    କଟକ: ଆଗକୁ ବନ୍ଦ୍ ହୋଇପାରେ ଅଖ ଚକ । ଠପ୍ ହୋଇ ପାରେ ଯାତ୍ରୀବାହୀ ବସ ସେବା । ଧର୍ମଘଟକୁ ଓହ୍ଲାଇ ପାରେ ରାଜ୍ୟ ଘରୋଇ ବସ ମାଲିକ ସଂଘ । ଏଭଳି ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ସଂଘ କହିଛି, ସ୍ୱୟଂ ଚାଳିତ ବ୍ୟବସ୍ଥା ଅନୁଯାୟୀ ପେଟ୍ରୋଲ ଡିଜେଲ ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଲେ, ବସ ଭଡା କିଲୋମିଟର ପିଛା ୧ ପଇସା ବଢ଼ିବାର ନିୟମ ରହିଛି । ବର୍ତ୍ତମାନ ସୁଦ୍ଧା ତେଲ ଦର ୮ ଟଙ୍କା ବୃଦ୍ଧି ପାଇଲାଣି । ସେହି ଅନୁଯାୟୀ ବସ ଭଡା କିଲୋମିଟର ପିଛା ୪ ପଇସା ବୃଦ୍ଧି ପାଇବା କଥା। କିନ୍ତୁ ଏବେ ସୁଦ୍ଧା ୨ ପଇସା ବୃଦ୍ଧି କରାଯାଇଛି । ଆଉ ୨ ପଇସା ବଢ଼ିବା କଥା, ଯାହା ବଢ଼ି ନାହିଁ ।

    ଯଦି ରାଜ୍ୟ ସରକାର ସାଧାରଣ ଯାତ୍ରୀଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଚାହୁଁ ନାହାନ୍ତି, ତେବେ ତେଲ ଉପରେ ଆଦାୟ କରୁଥିବା ଭାଟକୁ ସମ୍ପୂର୍ଣ୍ଣ ଛାଡ କରି ଭଡ଼ା କମାଇବା ପାଇଁ ବାଟ ବାହାର କରି ପାରିବେ । ଆସନ୍ତା ଶନିବାର ବସ୍ ମାଲିକମାନଙ୍କୁ ନେଇ ସଂଘ ଏକ ବୈଠକ କରିବ । ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ । ଧାର୍ଯ୍ୟ ଦର ଠାରୁ ଅଧିକ ବଢ଼ା ନେଲେ ଆକ୍ସନ ହେବ ବୋଲି କହିଥିଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ବିଭିନ୍ନ ସ୍ଥାନରୁ ଅଧିକ ଭଡ଼ା ନେଉଥିବା ଅଭିଯୋଗ ଆସୁଥିବା ସେ କହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.2 ° C
    30.2 °
    30.2 °
    57 %
    1.5kmh
    100 %
    Sat
    41 °
    Sun
    39 °
    Mon
    38 °
    Tue
    40 °
    Wed
    42 °

    ସମ୍ବନ୍ଧିତ