Saturday, May 30, 2026
30.2 C
Odisha

    ପୂର୍ବତନ ସୁଟର ତଥା ଅଲମ୍ପିଆନ୍ ରଣଧୀର ସିଂହଙ୍କ ପରଲୋକ, ମିଳିଥିଲା ଅର୍ଜୁନ ଆୱାର୍ଡ

    ଆଗକୁ ପଢନ୍ତୁ

    ଭାରତର ପୂର୍ବତନ ସୁଟର ତଥା ଅଲମ୍ପିଆନ ରଣଧୀର ସିଂହଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । ରଣଧୀର ସିଂହଙ୍କ ଅର୍ଜୁନ ଆୱାର୍ଡ ମିଳିଥିଲା । ଏହାସହିତ ଭାରତୀୟ ଏବଂ ଏସୀୟ ସ୍ପୋଟର୍ସରେ ଅଲଗା ଅଲଗା ଆଡମିନିଷ୍ଟ୍ରେଟିଭ ପଦ ମିଳିଛି । ସେ ୧୯୮୭ରୁ ୨୦୧୨ ଯାଏଁ ଇଣ୍ଡିଆନ ଅଲମ୍ପିକ ଆସୋସିଏସନର ସେକ୍ରେଟାରୀ ଜେନେରାଲ ଭାବେ କାମ କରିଛନ୍ତି । ରଣଧୀର ୨୦୦୧ରୁ ୨୦୧୪ ଭିତରେ ଇଣ୍ଟରନ୍ୟାସନାଲ ଅଲମ୍ପିକ କମିଟିର ମେମ୍ବର ରହିଥିଲେ ।

    ତେବେ ତାଙ୍କ ମୃତ୍ୟୁରେ ଖେଳ ଜଗତରେ ଶୋକର ଲହରି ଖେଳାଯାଇଛି । ସେ ନିଜ ଘରେ ରହିଥିବା ବେଳେ ଅନେକ ଦିନରୁ ଅସୁସ୍ଥ ଥିଲେ । ତେଣୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଅଲମ୍ପିକ କାଉଣନସିଲ ଅଫ ଏସିଆ ପ୍ରେସିଡେଣ୍ଟ ପଦରୁ ଇସ୍ତଫା ଦେଇଥିଲେ । ରାଜାନ ରଣଧୀର ସିଂ ସୁଟିଂ ସ୍ପୋଟର୍ସ ଏବଂ ଅଲମ୍ପିକ ମୁଭମେଣ୍ଟ ବିକାଶରେ ବହୁତ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ରଣଧୀର ସ୍ପୋଟର୍ସ କ୍ୟାରିଅରେ ୫ ଅଲମ୍ପିକ ମ୍ୟାଚ ଏବଂ ୧୯୭୮ରେ ବ୍ୟାକକ୍ ଏସିଆନ ଗେମ୍ସରେ ଐତିହାସିକ ସ୍ବର୍ଣ୍ଣ ସାମିଲ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.2 ° C
    30.2 °
    30.2 °
    57 %
    1.5kmh
    100 %
    Sat
    41 °
    Sun
    39 °
    Mon
    38 °
    Tue
    40 °
    Wed
    42 °

    ସମ୍ବନ୍ଧିତ