Friday, May 15, 2026
27.6 C
Odisha

    ଆଜିଠାରୁ ଇଣ୍ଡିଆନ ଓପନ ପାରା ଦୌଡ଼କୁଦ

    ଆଗକୁ ପଢନ୍ତୁ

    କଟକ : ବେଙ୍ଗାଲୁରୁର ଶ୍ରୀ କାନ୍ତେରଭା ଷ୍ଟାଡ଼ିୟମରେ ଚଳିତ ଜୁଲାଇ ୧୧ ଓ ୧୨ରେ ସପ୍ତମ ଇଣ୍ଡିଆନ ଓପନ ପାରା ଦୌଡ଼କୁଦ ଚମ୍ପିଆନସିପ୍‌ ଆୟୋଜିତ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ପାରା ସ୍ପୋର୍ଟସ ଆସୋସିଏସନ ଅଫ୍‌ ଓଡ଼ିଶା ପକ୍ଷରୁ ୭ଜଣିଆ ଓଡ଼ିଶା ଦଳ ମନୋନୟନ କରାଯାଇଛି। ଜୟନ୍ତୀ ବେହେରା ୧୦୦, ୨୦୦ ଓ ୪୦୦ ମିଟର ଦୌଡ଼ରେ, ସୁଚିତ୍ରା ପରିଡ଼ା ଜାଭେଲିନ ଥ୍ରୋ ଓ ସଟ୍‌ପୁଟ, ସ୍ବାଧୀନ ମେହେର ଲଙ୍ଗଜମ୍ପ, କମଳାକାନ୍ତ ନାୟକ ୪୦୦, ୮୦୦ ମିଟର ଦୌଡ଼ ସହ ଜାଭେଲିନ ଥ୍ରୋ, ଯାଜନୀ ଓରାମ ୧୦୦, ୨୦୦ ଓ ଲଙ୍ଗଜମ୍ପରେ,ରଞ୍ଜିତା ଚନ୍ଦ୍ର ଜାଭେଲିନ ଥ୍ରୋ ଓ ପଙ୍କଜ ଭୂଏ ୧୦୦ ମିଟର ଦୌଡ଼ ଓ ଲଙ୍ଗଜମ୍ପରେ ଭାଗ ନେବେ। ଉକ୍ତ ପ୍ରତିଯୋଗିତାରୁ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବିଶ୍ବ ପାରା ଦୌଡ଼କୁଦ ଚମ୍ପିଆନସିପ ଲାଗି ଭାରତୀୟ ଖେଳାଳି ଯୋଗ୍ୟତା ହାସଲ କରିବା ନେଇ ସୁଯୋଗ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    70 %
    3.7kmh
    100 %
    Thu
    28 °
    Fri
    43 °
    Sat
    41 °
    Sun
    43 °
    Mon
    46 °

    ସମ୍ବନ୍ଧିତ