Tuesday, October 6, 2026
31.6 C
Odisha

    ଆଜିଠାରୁ ନିଶୁଳ୍କ ହବିଷିଆଳୀ ଯୋଜନା ପାଇଁ ଅନଲାଇନ୍ ଆବେଦନ

    ଆଗକୁ ପଢନ୍ତୁ

    ପୁରୀ :  ଆଜିଠାରୁ ନିଶୁଳ୍କ ହବିଷିଆଳୀ ଯୋଜନା ପାଇଁ ଅନଲାଇନ୍ ଆବେଦନ । edistrict.odisha.gov.in ପୋର୍ଟାଲ୍ ରେ ହେବ ଆବେଦନ । ଧାର୍ଯ୍ୟ ସଂଖ୍ୟା ପୂରଣ ହେବା ପର୍ଯ୍ୟନ୍ତ ଚାଲିବ ଅନଲାଇନ୍ ରେଜିଷ୍ଟ୍ରେସନ୍ । ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳିବେ ହବିଷିଆଳି ।

    ଚଳିତ ବର୍ଷ ପୁରୀରେ ୩୦ ଜିଲ୍ଲାରୁ ୨୫୦୦ ହବିଷିଆଳି ରହିବାକୁ ଯୋଜନା ହୋଇଛି। ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଓ ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସରେ ରହଣୀ ବ୍ୟବସ୍ଥା ହୋଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ହବିଷିଆଳିଙ୍କ ରହଣୀ,ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ,ସ୍ୱେଚ୍ଛାସେବୀ ମୁତୟନ , ଭଜନ କୀର୍ତ୍ତନ ,ପୂଜା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

    ତେବେ ଧର୍ମ ମାସ କାର୍ତ୍ତିକରେ ଚଳଚଞ୍ଚଳ ହୋଇବ ଶ୍ରୀକ୍ଷେତ୍ର । ପୁରୀରେ ରହି କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳି । ବ୍ରତଧାରୀମାନେ ବଢି ଭୋରରୁ ଉଠି ବିଭିନ୍ନ ପଞ୍ଚତୀର୍ଥ ପୁଷ୍କରିଣୀ ସ୍ନାନ କରିବା ସହ ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା କରିବେ । ବିଭିନ୍ନ ହବିଷ୍ୟାଳି କେନ୍ଦ୍ରରେ ହବିଷ ଖାଇ କାର୍ତ୍ତିକ ବ୍ରତ ଓ ପୁରାଣ ପାଠ କରିବେ ।

    କର୍ତ୍ତୀକ ମାସରେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ସାଧାରଣ ଭକ୍ତଙ୍କ ଭିଡ଼ ଜମିବାବେଳେ ସେପଟେ ସ୍ୱତନ୍ତ୍ର ବସ ଦ୍ୱାରା ବ୍ରତଧାରୀ ମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରିବେ । ଭକ୍ତଙ୍କ ଗହଳକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରୁ ସ୍ୱତନ୍ତ୍ର ବାରିକେଟ୍ ବି କରାଯାଇବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.6 ° C
    31.6 °
    31.6 °
    53 %
    2.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ