Tuesday, October 6, 2026
30.4 C
Odisha

    ପୁରୀର ଏକ ହୋଟେଲରେ ଆମିଷ ସହ ମହାପ୍ରସାଦ ବିକ୍ରି ହେଉଥିବା ଅଭିଯୋଗ, ତଦନ୍ତ ଆରମ୍ଭ କଲା କୁମ୍ଭାରପଡ଼ା ଥାନା ପୋଲିସ

    ଆଗକୁ ପଢନ୍ତୁ

    ପୁରୀ : ଆମିଷ ହୋଟେଲରେ ବିକ୍ରି ହେଉଥିଲା ମହାପ୍ରସାଦ । ପୁରୀ ରେଡ଼କ୍ରସ୍ ରୋଡ଼ରେ ଥିବା ଏକ ହୋଟେଲରେ ଆମିଷ ସହ ମହାପ୍ରସାଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ହୋଟେଲ ଭିତରେ ମାତ୍ରାଧିକ ଅବଢ଼ା କୁଡୁଆ ଥିବା ଦେଖିବାକୁ ମିଳିଛି । ଖବରପାଇ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

    ହୋଟେଲକୁ ପାର୍ସଲ ନେବାକୁ ଆସିଥିବା ଦୁଇ ଯୁବକ ଆମିଷ ଖାଦ୍ୟରେ ମହାପ୍ରସାଦ ମିଶ୍ରଣ କରି ବିକ୍ରି କରୁଥିବା ଅଭିଯୋଗ ଆଣିଥିଲେ । ସେପଟେ ହୋଟେଲ ମାଲିକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । କୁମ୍ଭାରପଡ଼ା ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    57 %
    1.3kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ