Thursday, May 9, 2024
25 C
Odisha

    ଆଜିଠାରୁ ଯୁକ୍ତ ୨ ଖାତାଦେଖା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,୨୨।୩:ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବାର୍ଷିକ ପରୀକ୍ଷା ଖାତା ମୂଲ୍ୟାୟନ ଶୁକ୍ରବାରଠାରୁ ଆରମ୍ଭ ହେବ। ଚଳିତଥର ୨ଟି ପର୍ଯ୍ୟାୟରେ ଖାତା ଦେଖାହେବ। ପ୍ରଥମ ପର୍ଯ୍ୟାୟ ଖାତାଦେଖା ଏପ୍ରିଲ ୨ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ଏପ୍ରିଲ ୪ରୁ ୧୫ ତାରିଖ ଯାଏ ଚାଲିବ। ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଉଭୟ ଅଫ୍‌ଲାଇନ୍‌ ଓ ଇ-ମୂଲ୍ୟାୟନ କରାଯିବ। ୬୯ଟି ଜୋନ୍‌ରେ ଅଫଲାଇନ୍‌ ଖାତାଦେଖା ହେବ। ସେହିପରି ୪୧ଟି ଜୋନ୍‌ରେ ଅନଲାଇନ୍‌ ମୂଲ୍ୟାୟନ ପାଇଁ ନିଷ୍ପତ୍ତି ହୋଇଛି। ଭୋକେଶନାଲ୍‌ ଟ୍ରେଡ୍‌କୁ ବାଦ ଦେଲେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ସମସ୍ତ ବିଷୟ, ଇଣ୍ଟିଗ୍ରେଟେଡ୍‌ ଭୋକେଶନାଲ୍‌ ବିଷୟ ଏବଂ କଳା ବିଭାଗର ଅନ୍ୟ ସମସ୍ତ ମାତୃଭାଷା ବିଷୟର ଇ- ମୂଲ୍ୟାୟନ କରାଯିବ। କଳା ବିଭାଗର ଅନ୍ୟ ସମସ୍ତ ବିଷୟର ଅଫଲାଇନ୍‌ ଖାତାଦେଖା ହେବ। ପ୍ରଥମ ପର୍ଯ୍ୟାୟ ଅଫଲାଇନ୍‌ ଖାତାଦେଖା ପାଇଁ ୨୮୦୦ ଶିକ୍ଷକ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୩୭୦୦ ଶିକ୍ଷକ ନିଯୁକ୍ତ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    82 %
    1.6kmh
    7 %
    Thu
    38 °
    Fri
    39 °
    Sat
    41 °
    Sun
    40 °
    Mon
    39 °

    ସମ୍ବନ୍ଧିତ