Sunday, August 23, 2026
27.1 C
Odisha

    ଆଜିଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

    ଆଗକୁ ପଢନ୍ତୁ

    ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୬ ଲାଗି ପ୍ରସ୍ତୁତି ଆରମ୍ଭ । ଆଜିଠାରୁ ବିଧିବଦ୍ଧ ଭାବେ ରଥ ଖଳାରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଗତକାଲି ଅକ୍ଷୟ ତୃତୀୟା ଅବସରରେ ଶ୍ରୀ ମନ୍ଦିରରୁ ତିନି ବାଡ଼ରୁ ପୂଜା ପଣ୍ଡା ସାମନ୍ତ ମାନେ ଆଜ୍ଞା ମାଳ ବିଜେ କଲା ପରେ ତିନି ରଥ ଲାଗି କାଠ ଅନୁକୂଳ ହୋଇଥିଲା । ଆଜିଠାରୁ କର୍ତ୍ତି ସେବକ ମାନେ ଫାଶୀ କାଠକୁ କାଟି ତୁମ୍ବ ନିର୍ମାଣ କରିବେ । ରଥ ନିର୍ମାଣର ପ୍ରଥମ ପର୍ଯ୍ୟାୟରେ ତିନି ରଥର ଚକ ଲାଗି ତୁମ୍ବ ପ୍ରସ୍ତୁତ କରାଯିଵ । ଏହାପରେ ତୁମ୍ବରେ ବିନ୍ଧ କରାଯାଇ ଚକ ନିର୍ମାଣ କାର୍ଯ୍ୟ କରାଯିବ ।

    ସେହିଭଳି ଗତ କାଲି ର ସୂଚନା ଥିଲା କି, ପବିତ୍ର ଅକ୍ଷୟ ତୃତୀୟରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିଟି ୧୨ ଫୁଟିଆ ଧଉରା କାଠକୁ ବାରିକେଡ ଘେରାଇ ରଖାଯାଇଥିଲା । ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଶୋତ୍ରୀୟ ବ୍ରାହ୍ମଣମାନେ ବନଯାଗ ବିଧିରେ ପୂଜା ସମ୍ପାଦନା କରିଥିଲେ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ ହୋଇଥିଲା କୁରାଢ଼ି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.1 ° C
    27.1 °
    27.1 °
    83 %
    1.4kmh
    97 %
    Sun
    28 °
    Mon
    29 °
    Tue
    27 °
    Wed
    24 °
    Thu
    29 °

    ସମ୍ବନ୍ଧିତ