Thursday, August 6, 2026
25.5 C
Odisha

    ଆଜିଠାରୁ ରାଜ୍ୟରେ ବଢିବ ଦିନ ତାପମାତ୍ରା, ଗ୍ରୀଷ୍ମ ଆରମ୍ଭରୁ ତାତି ଅସମ୍ଭାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଆଜିଠାରୁ ରାଜ୍ୟରେ ବଢିବ ଦିନ ତାପମାତ୍ରା । ୨ ରୁ ୩ ଡିଗ୍ରୀ ବଢ଼ିବ ଦିନ ତାପମାତ୍ରା । ଏନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଗ୍ରୀଷ୍ମ ଆରମ୍ଭରୁ ତାତି ଅସମ୍ଭାଳ । ଗତ ୨୪ ଘଣ୍ଟା ମଧ୍ୟରେ ୩୭.୬ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିଭଳି ରାୟଗଡ଼ାରେ ସର୍ବନିମ୍ନ ତାପମାତ୍ରା ୧୭.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

    ସେପଟେ ଆଗାମୀ ୨୪ ଘଣ୍ଟାରେ ବର୍ଷା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ଏଥିପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.5 ° C
    25.5 °
    25.5 °
    91 %
    1.2kmh
    100 %
    Wed
    25 °
    Thu
    29 °
    Fri
    26 °
    Sat
    30 °
    Sun
    30 °

    ସମ୍ବନ୍ଧିତ