Saturday, June 20, 2026
30.7 C
Odisha

    ବଢିଲା ରନ୍ଧନ ଗ୍ୟାସର ମୂଲ୍ୟ

    ଆଗକୁ ପଢନ୍ତୁ

     

    ସେହିପରି ବ୍ୟବସାୟିକ ସିଲିଣ୍ଡର ପିଛା ୧୧୫ ଟଙ୍କା ବଢିଛି। ଏହାର ସିଧାସଳଖ ପ୍ରଭାବ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଉପରେ ପଡ଼ିଛି । ଗ୍ୟାସ୍ ଏଜେନ୍ସି ବାହାରେ ଶହ ଶହ ଲୋକ ଲମ୍ବା ଲାଇନରେ ଛିଡ଼ା ହୋଇଛନ୍ତି ।  ଯେଉଁଠି ସିଲିଣ୍ଡର ମିଳୁନାହିଁ, ସେଠାରେ ଅସାଧୁ ବ୍ୟବସାୟୀମାନେ ଗୋଟିଏ ସିଲିଣ୍ଡରକୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ କଳାବଜାରୀରେ ବିକ୍ରି କରୁଛନ୍ତି । ବ୍ୟବସାୟିକ ଗ୍ୟାସ୍ ଯୋଗାଣ ବନ୍ଦ ହୋଇଯାଇଥିବାରୁ ବେଙ୍ଗାଲୁରୁର ପ୍ରାୟ ୭୦% ହୋଟେଲ ବନ୍ଦ ହେବା ସ୍ଥିତିରେ ଅଛି । ମୁମ୍ବାଇରେ ଘରୋଇ ଗ୍ୟାସ୍ ବୁକିଂ କଲେ ମିଳିବା ପାଇଁ ଅତି କମରେ ୮ ଦିନ ସମୟ ଲାଗୁଛି ।

    କର୍ଣ୍ଣାଟକ ଓ ତାମିଲନାଡୁ ହୋଟେଲ ମାଲିକମାନେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଲାଗୁ କରିଛନ୍ତି । ଉତ୍ପାଦନ ବୃଦ୍ଧି ପାଇଁ ଭାରତର ଗ୍ୟାସ୍ ରିଫାଇନାରୀଗୁଡ଼ିକୁ ସ୍ଥାନୀୟ ଭାବେ ଅଧିକ ଗ୍ୟାସ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ପଶ୍ଚିମ ଏସିଆ ନୁହେଁ ବରଂ ଆମେରିକାରୁ ମଧ୍ୟ ଗ୍ୟାସ୍ ଆଣିବା ପାଇଁ ସରକାର ପ୍ରୟାସ କରୁଛନ୍ତି । ଅଜଥା ଗୁଜବରେ ପଡ଼ି ଅଧିକ ସିଲିଣ୍ଡର ବୁକ୍ କରନ୍ତୁ ନାହିଁ ଏହାଦ୍ୱାରା ବଜାରରେ କୃତ୍ରିମ ଅଭାବ ସୃଷ୍ଟି ହେବ ବୋଲି ଲୋକମାନଙ୍କୁ ସଚେତନ କରାଯାଉଛି

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.7 ° C
    30.7 °
    30.7 °
    59 %
    0.8kmh
    96 %
    Sat
    38 °
    Sun
    34 °
    Mon
    35 °
    Tue
    38 °
    Wed
    41 °

    ସମ୍ବନ୍ଧିତ