Friday, March 27, 2026
24.8 C
Odisha

    ଆଜିଠାରୁ ରୁଷ୍‌-ୟୁକ୍ରେନ-ଆମେରିକା ତ୍ରିପାକ୍ଷିକ ଆଲୋଚନା

    ଆଗକୁ ପଢନ୍ତୁ

    ଆମେରିକା  : ଆଜିଠାରୁ ଦୁଇଦିନ ଧରି ସଂଯୁକ୍ତ ଆରବ ଏମିରେଟ୍‌ସରେ ରୁଷ,ୟୁକ୍ରେନ ଓ ଆମେରିକା ମଧ୍ୟରେ ତ୍ରିପାକ୍ଷିତ ଆଲୋଚନା ଆରମ୍ଭ ହେବ ବୋଲି ଜଣାପଡିଛି। ଗୁରୁବାର ସୁଇଜରଲାଣ୍ଡର ଡାଭୋସ୍‌ଠାରେ ଚାଲିଥିବା ବିଶ୍ବ ଅର୍ଥନୈତିକ ଫୋରମ ବୈଠକରେ ଯୋଗଦେବା ଅବସରରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମୀର ଜେଲେନ୍‌ସ୍କି ଏହି ସୂଚନା ଦେଇଛନ୍ତି। ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ୨୦୨୨ରୁ ଯୁଦ୍ଧ ଲାଗିଥିବାବେଳେ ଆମେରିକା ଏଥିରେ ମଧ୍ୟସ୍ଥତା କରୁଛି। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ବନ୍ଦ ପାଇଁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଓ ଜେଲେନ୍‌ସ୍କିଙ୍କ ସହ ପୃଥକ ଆଲୋଚନା କରିସାରିଛନ୍ତି। ତେବେ ପ୍ରଥମ ଥର ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଏଭଳି ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଡାଭୋସ୍‌ରେ ଜେଲେନ୍‌ସ୍କି ଓ ଟ୍ରମ୍ପ ଏହି ପ୍ରସଙ୍ଗ ନେଇ ଆଲୋଚନା କରିସାରିଛନ୍ତି। ଆମେରିକା ପ୍ରତିନିଧିଦଳ ଇତିମଧ୍ୟରେ ପୁଟିନଙ୍କ ସହ ଆଲୋଚନା କରିବାକୁ ମସ୍କୋ ଯାଇଛନ୍ତି। ଅବଶ୍ୟ ଏହି ବୈଠକରେ ଟ୍ରମ୍ପ, ପୁଟିନ ଏବଂ ଜେଲେନ୍‌ସ୍କିଙ୍କ ପରିବର୍ତ୍ତେ ସେମାନଙ୍କର ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    32 %
    1.1kmh
    0 %
    Fri
    39 °
    Sat
    39 °
    Sun
    40 °
    Mon
    41 °
    Tue
    38 °

    ସମ୍ବନ୍ଧିତ