Sunday, June 14, 2026
33.3 C
Odisha

    ଆଜିଠାରୁ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ

    ଆଗକୁ ପଢନ୍ତୁ

    ଆଜିଠାରୁ ଆରମ୍ଭ ଶୀତଳ ଷଷ୍ଠୀ ଯାତ୍ରା । ଆଜି ସନ୍ଧ୍ୟାରେ ପତ୍ରପେଣ୍ଡି ପର୍ବ । ଏହାକୁ ମହାଦେବଙ୍କ ପାଇଁ କନ୍ୟାଖୋଜା ପର୍ବ ବୋଲି ମଧ୍ୟ କୁହାଯାଏ । ସନ୍ଧ୍ୟାରେ ସପ୍ତଋଷି ବାହାରି କନ୍ୟା ପିତାମାତାଙ୍କ ଘରେ ପହଞ୍ଚି ଶିବ ପାର୍ବତୀଙ୍କ ବିବାହ ସ୍ଥିର କରିବେ । ନନ୍ଦପଡ଼ାର ବଂବରାଡ଼ ବାଳୁଙ୍କେଶର ବାବାଙ୍କ ପତ୍ରପେଣ୍ଡିରୁ ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ପର୍ଯ୍ୟାୟ ଆରମ୍ଭ ହେବ । କନ୍ୟା ସନ୍ଧାନରେ ବାହାରିଥିବା ବାଲୁଙ୍କେଶ୍ବର ବାବାଙ୍କ ପରିବାର ଲୋକଙ୍କୁ ଜଗତଜନନୀ ମାତା ପାର୍ବତୀଙ୍କ ଠିକଣା ମିଳିବା ପରେ ପତ୍ରପେଣ୍ଡି ଅନୁଷ୍ଠିତ ହେବା ସହ ବିବାହ ସ୍ଥିରୀକୃତ ହେବ । ପରଂପରା ଅନୁଯାୟୀ ରାତି ସାଢ଼େ ୭ଟାବେଳେ ବରପିତା ରାମ ପ୍ରସାଦ ମିଶ୍ର ସପ୍ତଋଷି ଓ ପଡ଼ା ମୁରବୀମାନଙ୍କ ସହ ବଂବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ପାଇଁ କନ୍ୟା ଖୋଜିବାକୁ ବାହାରିବେ । ଏକ ସୁସଜ୍ଜିତ ରଥରେ ବସିଥିବା ବରପିତା ସରଗି ପତ୍ର, ଦେବଦେବ ମହାଦେବଙ୍କ ବେଲପତ୍ର ଓ ଫୁଲ ଧରି ଝଣ୍ଡା, ଛତ୍ର, ବୈରଖରେ ସଜ୍ଜିତ ଶୋଭାଯାତ୍ରା ଘଣ୍ଟ, ଶଂଖ ଧ୍ବନୀ ମଧ୍ୟରେ ନନ୍ଦପଡ଼ା ବାଲୁ˚କେଶ୍ବର ମନ୍ଦିରରୁ ବାହାରି କନ୍ୟା ଗୃହ ଶାସନକୁ ବାହାରିବେ । ଏହାପରେ ବର ଓ କନ୍ୟାପକ୍ଷ ମଧ୍ୟରେ କଥୋପକଥନ ହେବ । ଉଭୟ ପକ୍ଷ ମଧୢରେ କଥୋପକଥନ ଏବ˚ ବୁଝାମଣା ପରେ ବିବାହ ସ୍ଥିର ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    33.3 ° C
    33.3 °
    33.3 °
    40 %
    0.7kmh
    83 %
    Sun
    39 °
    Mon
    39 °
    Tue
    42 °
    Wed
    43 °
    Thu
    43 °

    ସମ୍ବନ୍ଧିତ