Wednesday, July 1, 2026
29.3 C
Odisha

    ଆଜିଠୁ ଆହୁରି ବଢ଼ିବ ତାତି, ସାରା ରାଜ୍ୟକୁ ଆଲର୍ଟ ଜାରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଅସହ୍ଯ ତାତିରେ ଜଳୁଛି ସାରା ଓଡ଼ିଶା । ଆଜିଠୁ ଆହୁରି ବଢ଼ିବ ତାତି । ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ପାଇଁ ପୂରା ରାଜ୍ୟକୁ ଆଲର୍ଟ ଜାରି । ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ବାକି ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ଼ ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟ ସବୁ ଜିଲ୍ଲା ପାଇଁ ୟେଲୋ ୱାଣ୍ଣିଂ । ସବୁଠି ଅସହ୍ୟ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ।

    ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣା ଝାଞ୍ଜି ପବନ ସାଙ୍ଗକୁ ପ୍ରବଳ ଗରମରେ ଜନଜୀବନ ଆଉଟୁପାଉଟୁ । ସକାଳ ୯ଟାରୁ ବଢିବାରେ ଲାଗିଛି ଖରାର ପ୍ରକୋପ । ତାତି ବଢିବା ସହ ରାସ୍ତାଘାଟ ଶୂନଶାନ ହୋଇପଡୁଥିବା ଦେଖାଯାଇଛି। ପାଞ୍ଚଦିନ ଯାଏ ତାତିରୁ ମିଳିବନି ନିସ୍ତାର । ଗତକାଲି ୪୪.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା । ୪୦ ଡିଗ୍ରୀ ଉପରେ ରହିଥିଲା ୧୮ ସହରର ତାପମାତ୍ରା । ରାଜଧାନୀରେ ବି ପ୍ରବଳ ଗରମ । ଭୁବନେଶ୍ବରର ଗତକାଲି ତାପମାତ୍ରା ୪୦.୧ ଡିଗ୍ରୀ ସେଲସିୟମ ରେକର୍ଡ ହୋଇଛି । ଗ୍ରୀଷ୍ମ ଲହରୀ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.3 ° C
    29.3 °
    29.3 °
    70 %
    2.3kmh
    97 %
    Wed
    28 °
    Thu
    32 °
    Fri
    31 °
    Sat
    32 °
    Sun
    31 °

    ସମ୍ବନ୍ଧିତ