Monday, August 31, 2026
23.4 C
Odisha

    ଆଜି ୨୪ ଘଣ୍ଟିଆ ଔଷଧ ଦୋକାନ ବନ୍ଦ, ବନ୍ଦ ବେଳେ ବି ମିଳିବ ଜୀବନରକ୍ଷକ ଔଷଧ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଅନଲାଇନରେ ଔଷଧ ବିକ୍ରୀକୁ ବିରୋଧ କରି ସାରା ଦେଶରେ ୨୪ ଘଣ୍ଟିଆ ଔଷଧ ଦୋକାନ ବନ୍ଦ। ଗତକାଲି ରାତି ୧୨ଟାରୁ ଧର୍ମଘଟ ଆରମ୍ଭ ହୋଇଥିବା ବେଳେ ଆଜି ରାତି ୧୨ଟା ଯାଏଁ ବନ୍ଦ ରହିବ ଔଷଧ ଦୋକାନ । ସାରା ଦେଶରେ ୨୪ ଘଣ୍ଟା ବନ୍ଦ ରହିବ ଔଷଧ ଦୋକାନ । ଏଥିରେ ଓଡ଼ିଶାର ପ୍ରାୟ ୩୦ ହଜାର ମେଡିସିନ ଦୋକାନୀ ସାମିଲ ହୋଇଛନ୍ତି । ତେବେ ବନ୍ଦ ବେଳେ ବି ମିଳିବ ଜୀବନରକ୍ଷକ ଔଷଧ! । ସରକାରୀ ମେଡିକାଲରେ ଥିବା ସମସ୍ତ ନିରାମୟ କେନ୍ଦ୍ର ଏବଂ ସମସ୍ତ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ସାଧାରଣ ଦିନ ଭଳି ଖୋଲା ରହିଛି ।

    ମେଡିକାଲ ପରିସରରେ ଥିବା ଔଷଧ ଦୋକାନ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ସହ ଜଡ଼ିତ ୨୪×୭ ମେଡିସିନ୍ ଷ୍ଟୋର୍ ଗୁଡ଼ିକ ଖୋଲା ରହିଛି । AIOCD ସଂଘ ସହ ଜଡ଼ିତ ନଥିବା କର୍ପୋରେଟ୍ ମେଡିସିନ୍ ସପ୍ ଗୁଡ଼ିକ ସ୍ୱାଭାବିକ ଭାବେ ଚାଲିବ ବୋଲି ଆଶା କରାଯାଉଛି । ଔଷଧର ପର୍ଯ୍ୟାପ୍ତ ମହଜୁଦ୍ ପାଇଁ ହୋଲସେଲର ଓ ବିତରକମାନଙ୍କ ସହ ସମନ୍ୱୟ ରକ୍ଷା କରାଯାଇଛି । ଜରୁରୀ ପରିସ୍ଥିତିରେ ରୋଗୀଙ୍କୁ ସହଯୋଗ କରିବାକୁ ସ୍ଥାନୀୟ କେମିଷ୍ଟ ଆସୋସିଏସନକୁ ଅନୁରୋଧ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.4 ° C
    23.4 °
    23.4 °
    98 %
    1.8kmh
    100 %
    Mon
    25 °
    Tue
    25 °
    Wed
    27 °
    Thu
    28 °
    Fri
    29 °

    ସମ୍ବନ୍ଧିତ