Saturday, March 28, 2026
25 C
Odisha

    ଆଜିଠୁ ଟ୍ରେନ୍ ଟିକେଟର ନୂଆ ନିୟମ ଲାଗୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଆଜିଠାରୁ ଜରୁରୀକାଳୀନ ଟ୍ରେନ୍ ଟିକେଟକୁ ନେଇ ନୂଆ ନିୟମ ଲାଗୁ କରିଛି। ନୂଆ ନିୟମ ଅନୁଯାୟୀ, ଜରୁରୀକାଳୀନ କୋଟା ଅନୁଯାୟୀ, ଟ୍ରେନର ଟିକେଟ ବୁକ୍ କରିବା ଲାଗି ଗୋଟିଏ ଦିନ ପୂର୍ବରୁ ଆପ୍ଲାଏ କରିବାକୁ ପଡ଼ିବ। ଗୋଟିଏ ଦିନରେ କରାଯାଇଥିବା ଅବେଦନକୁ ସ୍ୱୀକାର କରାଯିବନି। ଏହି ପରିବର୍ତ୍ତନ ରେଲୱେ ଟିକେଟ ବୁକିଂ ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରଖିବା, ଟିକେଟର ଅପବ୍ୟବହାର ରୋକିବା ଏବଂ ଚାର୍ଟ ପ୍ରସ୍ତୁତ କରିବା ବିଳମ୍ବରୁ ବର୍ତ୍ତିବା ଲାଗି କରାଯାଇଛି।

    ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନ ରାତି ୧୨ଟାରୁ ୨ଟା ମଧ୍ୟରେ ଟ୍ରେନ ପାଇଁ ଜରୁରୀକାଳୀନ ଟିକେଟର ଆବେଦନ ଯାତ୍ରାର ଗୋଟିଏ ଦିନ ପୂର୍ବରୁ ଦ୍ୱିପ୍ରହର ୧୨ଟା ପର୍ଯ୍ୟନ୍ତ ରେଲୱେର ଜରୁରୀକାଳୀନ କୋଟା ସେଲରେ ପହଞ୍ଚାଇବାକୁ ପଡ଼ିବ। ସେହିପରି ୩ଟାରୁ ରାତି ୧୨ଟା ମଧ୍ୟରେ ଟ୍ରେନଗୁଡ଼ିକ ଲାଗି ଆବେଦନ ଯାତ୍ରାରୁ ଗୋଟିଏ ଦିନ ପୂର୍ବରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଜମା କରିବାକୁ ପଡ଼ିବ। ଯଦି ରବିବାର ବା ସାର୍ବଜନୀନ ଛୁଟି ଦିନରେ ଯାତ୍ରା କରୁଛନ୍ତି, ତେବେ ଆବେଦନର ଶେଷ ୱାର୍କିଂ ଡେ’ରେ ଜମା କରିବାକୁ ପଡ଼ିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25 ° C
    25 °
    25 °
    50 %
    2.3kmh
    30 %
    Sat
    39 °
    Sun
    40 °
    Mon
    40 °
    Tue
    38 °
    Wed
    38 °

    ସମ୍ବନ୍ଧିତ