Sunday, October 11, 2026
25 C
Odisha

    ନକଲି ଜବ୍ କାର୍ଡ ହାତେଇବାରେ ଓଡି଼ଶା ଦ୍ବିତୀୟ: ଲୋକସଭାରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ନକଲି ଜବ୍ କାର୍ଡ ହାତେଇବାରେ ଓଡ଼ିଶା ଦ୍ବିତୀୟ । ସାମ୍ନାକୁ ଆସିଲା ଲୋକସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ତଥ୍ୟ । ବିହାର ପ୍ରଥମରେ ରହିଥିବା ବେଳେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି । ତୃତୀୟରେ ଆସାମ ଏବଂ ଚତୁର୍ଥରେ ଛତିଶଗଡ଼ ରହିଛି । ଓଡ଼ିଶାରେ 66 ଲକ୍ଷରୁ ଅଧିକ ଜବ୍ କାର୍ଡ ପାଇଛନ୍ତି । ସେଥିରୁ 43 ଲକ୍ଷ ଆକ୍ଟିଭ ଅଛନ୍ତି । ତେବେ ମନରେଗା ଯୋଜନାର ଖୋଳତାଡ୍‌ରୁ ଜଣାପଡିଛି ନକଲି ଜବ୍ କାର୍ଡରେ ଓଡିଶା ଦ୍ଵିତୀୟ ରହିଛି। ତାଲିକାରେ ଏକ ନମ୍ବରରେ ବିହାର ରହିଛି।

    ୨୦୨୪-୨୫ବର୍ଷରେ ଓଡିଶାରୁ ୭ ହଜାର ୫୬୬ ନକଲି ଜବ୍ କାର୍ଡ ଧରା ପଡ଼ିଛି। ସେହିପରି ଏକ ନମ୍ବରରେ ଥିବା ବିହାରରୁ ୮ ହଜାର ୧୧୧ ନକଲି ଜବ୍ କାର୍ଡ ଧରାପଡ଼ିଛି। ନକଲି ଜବ୍ କାର୍ଡକୁ ତାଲିକାରୁ ବାଦ ଦିଆଯାଇଛି। ଓଡ଼ିଶାରେ ୬୬ ଲକ୍ଷରୁ ଅଧିକ ଜବ୍ କାର୍ଡ ପ୍ରଦାନ କରାଯାଇଥିବାବେଳେ ୪୩ ଲକ୍ଷ ବର୍ତ୍ତମାନ ସକ୍ରିୟ ଅଛନ୍ତି।

    ଟିଏମ୍‌ସି ସାଂସଦ ମାଲା ରାୟଙ୍କ ଏକ ପ୍ରଶ୍ନର ଜବାବ୍‌ରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ କମଲେଶ ପାସୱାନ ଏଭଳି ଲିଖିତ ଉତ୍ତର ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ