Saturday, April 4, 2026
29.2 C
Odisha

    ଆଜିଠୁ ସକାଳୁଆ ଅଙ୍ଗନବାଡି, ୭ଟାରୁ ୯ଟା ପର୍ଯ୍ୟନ୍ତ ହେବ ପାଠପଢା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ମାର୍ଚ୍ଚ ମାସ ଜାରି ରହିଥିବା ବେଳେ କଲବଲ କଲାଣି ଗ୍ରୀଷ୍ମ ତାତି । ଖରା ଆରମ୍ଭରୁ ହିଁ ଦହଗଞ୍ଜ ହେଲେଣି ଲୋକେ । ଏହାରି ଭିତରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ତୀବ୍ର ହେବାରେ ଲାଗିଛି । ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବା ନେଇ ପୂର୍ବାନୁମାନ ମଧ୍ୟ କରିଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ଆଜିଠୁ ସକାଳୁଆ ଅଙ୍ଗନବାଡିରେ ପାଠ ପଢା ହେବ । ସକାଳ ୭ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ହେବ ପାଠପଢା । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ଉଭୟ ନିଜସ୍ୱ ଗୃହ ଏବଂ ବିଦ୍ୟାଳୟ ଗୃହରେ ଚାଲୁଥିବା ଅଙ୍ଗନବାଡିଗୁଡିକର ସକାଳୁଆ ପାଠ ପଢାଇବାକୁ ନିଷ୍ପତ୍ତି ନିଆଯାଇଛି ।

    ଅନ୍ୟପଟେ ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଡାକିଥିଲେ।ଯେଉଁ ବୈଠକରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଙ୍ଗନବାଡି ସକାଳୁଆ କରିବାକୁ ନିଷ୍ପତ୍ତି ହୋଇଛି। ସକାଳ ୭ଟାରୁ ୯ଟା ଚାଲିବ ଅଙ୍ଗନବାଡ଼ି। ଏଥିସହ ସ୍କୁଲ ଗୁଡିକୁ ସକାଳୁଆ କରିବା ପାଇଁ ତୁରନ୍ତ ଜିଲ୍ଲାପାଳ ମାନେ SOP ଜାରି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

    କୌଣସି ଜାଗାରେ ଯେପରି ପାଣି ପାଇଁ ଅସୁବିଧା ନ ହୁଏ, ତାହାକୁ ଦୃଷ୍ଟିରେ ରଖି ସପ୍ତାହକ ମଧ୍ୟରେ ନଳକୂପ ସ୍ଥାପନ ଓ ମରାମତି କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ପଦକ୍ଷେପ ନେବାକୁ କଡା ନିର୍ଦ୍ଦେଶ ଦେଇଥିଲେ । ଯେଉଁସବୁ ଅଞ୍ଚଳରେ ପାନୀୟ ଜଳର ଅଭାବ ପରିଲକ୍ଷିତ ହେଉଛି, ସେ ସବୁ ଅଞ୍ଚଳକୁ ଚିହ୍ନଟ କରି ବୋର୍‌ୱେଲ ଓ ନଳକୂପର ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    34 %
    1.5kmh
    98 %
    Sat
    38 °
    Sun
    37 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ