Thursday, October 1, 2026
23.8 C
Odisha

    ଆଜିଠୁ ସ୍ନାତକ ନାମଲେଖା ଆବେଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷାବର୍ଷରେ ସ୍ନାତକ(+୩) ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ପାଠ ପଢ଼ାଯିବ। ନାମଲେଖା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ପ୍ରକାଶ ପାଇଛି। ଆଜିଠାରୁ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆଜି ଅପରାହ୍ଣ ୪ଟାରୁ ନାମଲେଖା ପାଇଁ ସାମ୍ସ ୱେବ୍‌ସାଇଟ୍‌ରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ମେ’ ୨୦ ଆବେଦନର ଅନ୍ତିମ ଅବଧି ରହିଛି। ମେ’ ୨୦ ରାତି ୧୧ଟା ୪୫ରେ ଆବେଦନ ଶେଷ ହେବ। ମେ’ ୨୧ ଏବଂ ୨୨ ଦୁଇଦିନ ଆବେଦନପତ୍ରକୁ ଏଡ଼ିଟ୍‌ କରିବାର ସୁଯୋଗ ମିଳିବ। +୨ ପରୀକ୍ଷା ଫଳ ପ୍ରକାଶ ପରେ ପରବର୍ତ୍ତୀ ସମୟରେ ମାର୍କସିଟ୍‌ ଦାଖଲ, ମେଧା ତାଲିକା ସହ ଅନ୍ୟ ତାରିଖ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ