ମେଷ : କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ସାଙ୍ଗକୁ ଅଭିଳଷିତ ଜିନିଷ ପାଇପାରିବେ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପଦସ୍ଥ ହେବେ । ବାଣିଜ୍ୟ କିମ୍ବା ଯୋଜନାରମ୍ଭ ସକାଶେ ଅର୍ଥ ଲାଗି ବନ୍ଧୁଙ୍କ ଦ୍ୱାରସ୍ଥ ହୋଇପାରନ୍ତି । ଅବଶ୍ୟ ହିତାକାଂକ୍ଷୀ କିମ୍ବା ସହକର୍ମୀମାନେ ସହଯୋଗର ହାତ ବଢ଼ାଇବେ ।
ବୃଷ : ଆଜି ପାରିବାରିକ ଓ ସାମାଜିକ ସ୍ଥିତି ଭଲ ରହିବ ନାହିଁ । ଅବଶ୍ୟ ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । ସଭାସମିତି, ସଙ୍ଗଠନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରୁ ପ୍ରତିବନ୍ଧକ ଦୂରହୋଇଯିବ । ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ ।
ମିଥୁନ : ଆଜିର ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ଭଲରେ ଅତିବାହିତ ହେବ । ଆର୍ଥିକ ସ୍ଥିତି ଉନ୍ନତ ନ ହେଲେ ମଧ୍ୟ ଆବଶ୍ୟକତା ପୂରଣ କ୍ଷେତ୍ରରେ ବିଶେଷ ଅସୁବିଧା ରହିବ ନାହିଁ ।ବୃତ୍ତି, ବାଣିଜ୍ୟ, କଳା, ସାହିତ୍ୟ କ୍ଷେତ୍ରରେ ଆଶାନୁରୂପ ଫଳ ପାଇପାରିବେ । ମାତ୍ର ପାରିବାରିକ ବ୍ୟତିକ୍ରମ ପୂର୍ବବତ୍ ଲାଗି ରହିପାରେ ।
କର୍କଟ : ଅକୁହା କଥାକୁ ବନ୍ଧୁଙ୍କୁ କହି ମନ ହାଲୁକା କରିବାର ପ୍ରୟାସ କରିବେ । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ । ଆଲୋଚନାର ଶେଷ ପର୍ଯ୍ୟାୟରେ ସବୁ କିଛି ଓଲଟପାଲଟ ହୋଇଯାଇପାରେ । ଯେକୌଣସି ପ୍ରତିଦ୍ୱନ୍ଦ୍ୱିତାରେ କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ରହିବ ।
ସିଂହ : କୌଣସି ବିବାଦୀୟ ପରିସ୍ଥିତିରେ ପକ୍ଷଭୁକ୍ତ ହୋଇ ମଧ୍ୟସ୍ଥତା କଲେ ସମାଲୋଚିତ ହେବାକୁ ପଡ଼ିପାରେ । ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିପାରେ । ନିର୍ମାଣ, ଗଠନମୂଳକ କାର୍ଯ୍ୟର ଗତି ମନ୍ଥର ହେବ । ସାହିତ୍ୟ, ବିଜ୍ଞାନ, ଗବେଷଣା ପ୍ରଭୃତି କାର୍ଯ୍ୟରେ ସାମାଜିକ ସ୍ତରରେ ସମ୍ମାନିତ ହେବେ ।
କନ୍ୟା : ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରେରଣା ଲାଭକରି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାରେ ସମର୍ଥ ହେବେ । ବନ୍ଧୁଙ୍କ କଥାରେ ପ୍ରଭାବିତହୋଇ କୌଣସି ଭୁଲ୍ କରିପାରନ୍ତି । ବିବାଦୀୟ ଘଟଣା ଜଟିଳ ହେଲେ ମଧ୍ୟ ଜିତାପଟ ଆପଣଙ୍କର ହେବ । ବ୍ୟବସାୟ ଆଗକୁ ବଢ଼ାଇବାପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି ।
ତୁଳା : ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ମାନସିକ ଅସ୍ଥିରତା ସୃଷ୍ଟିହେବ । ଲେଖାପଢ଼ା, କଳା, ସାହିତ୍ୟରେ ଓ ଅଭିନୟ ଜଗତରୁ ପ୍ରଶଂସା ପାଇବେ । କର୍ମକ୍ଷେତ୍ରରେ କିମ୍ବା ପାରିବାରିକ ସ୍ତରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । ଅଧସ୍ତନ କର୍ମଚାରୀଙ୍କ ମନମୁଖି କାର୍ଯ୍ୟକୁ କେନ୍ଦ୍ରକରି ବିତର୍କ ହୋଇପାରେ ।
ବିଛା : ସ୍ବାସ୍ଥ୍ୟରେ ଉନ୍ନତି ସାଙ୍ଗକୁ ମାନସିକ ସ୍ଥିତି ଭଲ ରହିବ । କାହାର ମିଠା କଥାରେ ଭାସିଯାଆନ୍ତୁ ନାହିଁ କିମ୍ବା କୌଣସି କ୍ଷେତ୍ରରେ ମୁଣ୍ଡ ପୂରାନ୍ତୁ ନାହିଁ । ବନ୍ଧୁଙ୍କ ସହ ଭ୍ରମଣ ସୁଖ ଉପଭୋଗ୍ୟ ହୋଇପାରେ । ବାକ୍ ଅସଂଯମ ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ ।
ଧନୁ : ଅନ୍ୟମାନଙ୍କୁ ସୁହାଇଲା ଭଳି କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହୋଇପାରନ୍ତି । ସଭାସମିତିରେ ବୟସ୍କ ବ୍ୟକ୍ତିଙ୍କ ଗଠନମୂଳକ ପରାମର୍ଶ ପାଇ ଖୁସି ରହିବେ । ମାତ୍ର କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତିଜନିତ ସହକର୍ମୀଙ୍କ କଥା ଅସହ୍ୟ ହୋଇପାରେ ।
ମକର : ବିଭିନ୍ନ ସମସ୍ୟା ମଧ୍ୟରେ ମନ ଅଶାନ୍ତ ରହିବ । ବନ୍ଧୁମାନଙ୍କ ସହଯୋଗକ୍ରମେ କେତେକ ନୂତନ କାମର ପରିକଳ୍ପନା କରି କୃତକାର୍ଯ୍ୟ ହେବେ । ତଥାପି ପରିବାରର ଆକସ୍ମିକ ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ନିଜ ପରିସରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାର ପ୍ରୟାସ ଜାରି ରଖିବେ ।
କୁମ୍ଭ : ପାରିବାରିକ ସମସ୍ୟା ସମାଧାନରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ଅଜଣା ଭୟ ଓ ଆଶଙ୍କାଜନିତ ଆତଙ୍କିତ ହୋଇ କୌଣସି କାର୍ଯ୍ୟ ଆରମ୍ଭ କରିପାରିବେ ନାହିଁ । ରାଜନୀତିରେ ହଠାତ୍ ବିରୋଧୀ ପକ୍ଷ ସକ୍ରିୟ ହୋଇଉଠିବେ କିନ୍ତୁ ଆପଣଙ୍କର କିଛି ଅସୁବିଧା ହେବ ନାହିଁ । ସଭାସମିତିରେ ଗଠନମୂଳକ ପରାମର୍ଶ ଦେଇ ପ୍ରଶଂସିତ ହେବେ ।
ମୀନ : ମାନସିକ ଅବସାଦ ବୃଦ୍ଧି ଯୋଗୁ କୌଣସି କାମ ହେବ ନାହିଁ । ପ୍ରିୟ ବନ୍ଧୁଟିର କୌଣସି ଦୁଃଖଦ ଘଟଣା ମନକୁ ବିବ୍ରତ କରିପାରେ । ପାରିବାରିକ ଶାନ୍ତି ଓ ସୁସ୍ଥତା ସାମାନ୍ୟ ବ୍ୟାହତ ହେଲେ ମଧ୍ୟ ପରକ୍ଷଣରେ ସବୁ କିଛି ଠିକ୍ ହୋଇଯିବ । ଜମିଜମା, ଯାନବାହନ, ବ୍ୟବସାୟ ସମସ୍ୟା ଜଟିଳ ହେବା ସୂଚନା ରହିଛି ।