Monday, March 10, 2025
30.9 C
Odisha

    ଆଜିର ରାଶିଫଳ

    ଆଗକୁ ପଢନ୍ତୁ

    ମେଷ : କର୍ମକ୍ଷେତ୍ରରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଆନୁଷ୍ଠାନିକ କିମ୍ବା ଶୁଭ କାର୍ଯ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରି ପ୍ରଶଂସିତ ହେବେ । ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଓ ଅକୁଣ୍ଠ ସମର୍ଥନ ଯୋଗୁ ଆଗେଇଯିବେ । ଜମିବାଡ଼ି କ୍ରୟ କରିବା ସକାଶେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ ।

    ବୃଷ : ଭଲ ସମ୍ପର୍କ ନ ଥିବା ଲୋକଟି ସହ ଶତ୍ରୁତା ଲାଗି ରହିଥିବାରୁ ଅଧିକାଂଶ ସମୟ ମନ ଅସ୍ଥିର ରହିପାରେ । ହାତକୁ ନେଇଥିବା କାମ ସମ୍ପୂର୍ଣ୍ଣ ହେବା କଷ୍ଟକର ହେବ । ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । ଅଫିସରେ ଅନ୍ୟମାନଙ୍କ କଥା ଭଲ ଲାଗିବ ନାହିଁ ।

    ମିଥୁନ : ଆପଣ ଆଜି ଯେତେ ଭଲ କାମ କଲେ ମଧ୍ୟ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ । ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ ପରେ ଅନୁତାପ କରିବାକୁ ପଡ଼ିବ । ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ଘରର ବରାଦ ଅନୁଯାୟୀ ଗୃହୋପକରଣ ସାମଗ୍ରୀ କ୍ରୟ କରିବାକୁ ପଡ଼ିପାରେ ।

    କର୍କଟ : ଆଜି ପରିବାରର ଖର୍ଚ୍ଚ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ । ପ୍ରଶାସନିକ କ୍ଷେତ୍ରରେ ନିଷ୍ପତ୍ତି ଓଲଟ ପାଲଟ ହୋଇଯିବା ଆଶଙ୍କା ରହିଛି । ଆଲୋଚନା ସମୟରେ ଆପଣଙ୍କ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ । ଗବେଷଣା, ପ୍ରଶାସନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ ।

    ସିଂହ : ପିଲାଙ୍କ କୃତି ଓ କୃତିତ୍ୱ ସକାଶେ ମାନସିକ ସ୍ତରରେ ଗର୍ବ ଅନୁଭବ କରିପାରନ୍ତି । ଆଜି ଏକ ଆକସ୍ମିକ ପରିବେଶ ମଧ୍ୟରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ । ରାଜନୀତି କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହୋଇପାରେ । ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବାରୁ ଧାରକରଜ କରିପାରନ୍ତି ।

    କନ୍ୟା : ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି । ସାମାଜିକ ସ୍ତରରେ ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିପାରେ । ବାଣିଜ୍ୟ, ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । ଆନୁଷ୍ଠାନିକ କାମରେ ସମସ୍ୟାବହୁଳ ଭାବରେ ଦିନଟିକୁ ଅତିବାହିତ କରିବେ ।

    ତୁଳା : ଦିନଟିରେ ବ୍ୟସ୍ତ ବିବ୍ରତ ନ ହୋଇ ସମୟକୁ ଅପେକ୍ଷା କଲେ ସବୁ ଦିଗରୁ ଉପକୃତ ହେବେ । ଅନ୍ୟମନସ୍କ ହେତୁ ଅସାବଧାନତାଜନିତ ଧନ ହାନି ଘଟିପାରେ । କର୍ମକ୍ଷେତ୍ରର ବିବାଦୀୟ ଘଟଣାରେ ଯେଉଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହେବେ ।

    ବିଛା : ଆଜିର ଆଲୋଚନା ସମୟରେ ଅପ୍ରିୟ ସତ୍ୟ କହିବା କାରଣରୁ ମିତ୍ରମାନେ ଈର୍ଷାପରାୟଣ ହୋଇପାରନ୍ତି । ଖଳ ଲୋକଙ୍କ ଦ୍ୱାରା କର୍ମକ୍ଷେତ୍ରରେ ଗୁଜବ ମନକୁ ଆତଙ୍କିତ କରିପାରେ । ପରିବାରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହୋଇପାରନ୍ତି । ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ ।

    ଧନୁ : ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି । ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦୀୟ ଘଟଣାରେ ବିଜୟୀ ହେବେ । କର୍ମକ୍ଷେତ୍ରରେ ମନକୁ ପାଇଲା ଭଳି କଥା କହି ପରିସ୍ଥିତିକୁ ହାଲୁକା କରିପାରନ୍ତି । ଘରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ ।

    ମକର : ପରିବାରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । କର୍ମକ୍ଷେତ୍ରରେ ମଧ୍ୟ ବିଭିନ୍ନ ସମସ୍ୟା ଲାଗି ରହିଥିବାରୁ ମନ ଅଶାନ୍ତ ରହିବ । ସାମାଜିକ ସ୍ତରରେ କେତେକ ନୂତନ କାମର ପରିକଳ୍ପନା କରି ପ୍ରଶଂସିତ ହେବେ । ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି ।

    କୁମ୍ଭ : କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ମାନସିକ ଦ୍ୱନ୍ଦ୍ୱ ବଢ଼ିବା କାରଣରୁ ତାହା ନିଷ୍ପତ୍ତି ନେବାରେ ବିଳମ୍ବିତ କରାଇବ । ଅସୁବିଧା ନ ଥିଲେ ମଧ୍ୟ ଅଫିସିଆଲି କେତେକ ସମସ୍ୟା କାରଣରୁ ମନରେ ସ୍ଥିରତା ରହି ନ ପାରେ । ଅସହିଷ୍ଣୁ ମନୋଭାବରୁ ହଠାତ୍‌ ବିରାଧୀ ପକ୍ଷ ସକ୍ରିୟ ହୋଇ ଉଠିବେ । ଅର୍ଥସଂକଟ କେତେକ କାମର ଗତିରୋଧ କରିପାରେ ।

    ମୀନ : କେତେକ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଅବସାଦ ଲାଗିରହିବ । ଆତ୍ମୀୟମାନଙ୍କ ସମ୍ବନ୍ଧରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ । ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବ ମାତ୍ର ତାହା ଅସ୍ଥାୟୀ ଭଳି ମନେ କରିପାରନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.9 ° C
    30.9 °
    30.9 °
    23 %
    1.8kmh
    0 %
    Mon
    36 °
    Tue
    37 °
    Wed
    39 °
    Thu
    41 °
    Fri
    42 °

    ସମ୍ବନ୍ଧିତ