Saturday, March 14, 2026
22 C
Odisha

    ଆଜି ଉପରାଷ୍ଟ୍ରପତି ନିର୍ବାଚନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :   ଆଜି ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ପକ୍ଷରୁ ମହାରା​ଷ୍ଟ୍ର ରାଜ୍ୟପାଳ ସି.ପି.ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବିରୋଧୀ ଇଣ୍ଡି ମେଣ୍ଟ ପ୍ରାର୍ଥୀ ଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି.ସୁଦର୍ଶନ ରେଡ୍ଡୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏଥିପାଇଁ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ନେଇ ଇଲେକ୍ଟୋରାଲ କଲେଜ ଗଠିତ ହୋଇସାରିଛି। ଏହି ଇଲେକ୍ଟୋରାଲ କଲେଜରେ ଲୋକସଭାର ୫୪୨ ଓ ରାଜ୍ୟସଭାର ୨୩୯ ସାଂସଦଙ୍କୁ (ମୋଟ ୭୮୧) ସାମିଲ କରାଯାଇଛି। ତେବେ ବିଜେଡି (ବିଜୁ ଜନତା ଦଳ) ଓ ବିଆରଏସ (ଭାରତ ରାଷ୍ଟ୍ର ସମିତି) ଏହି ନିର୍ବାଚନରୁ ବିରତ ରହିବେ ବୋଲି ଘୋଷଣା କରିସାରିଛନ୍ତି। ଏହି ପରିପ୍ରେକ୍ଷୀରେ ଇଲେକ୍ଟୋରାଲ କଲେଜରେ ସାଂସଦଙ୍କ ସଂଖ୍ୟା ୭୭୦କୁ ହ୍ରାସ ପାଇଛି। ତେଣୁ ବିଜୟୀ ପ୍ରାର୍ଥୀଙ୍କୁ ଅତିକମରେ ୩୮୬ଟି ଭୋଟ ହାତେଇବା ଜରୁରୀ ହୋଇପଡିଛି।

    ଗୁପ୍ତ ବାଲଟ୍‌ ଜରିଆରେ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ସାଂସଦମାନେ ନିଜ ଇଚ୍ଛାରେ ଭୋଟ ଦେଇପାରିବେ। ଅବଶ୍ୟ ସ୍ବାଧୀନ ସାଂସଦଙ୍କୁ ବାଦଦେଲେ ଅନ୍ୟମାନେ ଦଳୀୟ ନିର୍ଦେଶ ପାଳନ କରିବେ ବୋଲି ଅନୁମାନ କରାଯାଉଛି। ପରିସଂଖ୍ୟାନ ଅନୁଯାୟୀ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପଲା ଭାରି ରହିଛି। ବର୍ତ୍ତମାନ ଲୋକସଭା ଓ ରାଜ୍ୟସଭାରେ ଏନଡିଏର ମୋଟ ୪୨୫ ସାଂସଦ ରହିଛନ୍ତି। ପୁନଶ୍ଚ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ଦଳର ୧୧ ଜଣ ସାଂସଦ ଏନଡିଏକୁ ସମର୍ଥନ କରିବେ ବୋଲି ଜଗନ ପୂର୍ବରୁ ଘୋଷଣା କରିସାରିଛନ୍ତି। ଏଥିରୁ ରାଧାକୃଷ୍ଣନଙ୍କ ବିଜୟ ନିଶ୍ଚିତ ଜଣାପଡୁଛି। ଅପରପକ୍ଷରେ କ୍ରସ ଭୋଟିଂ ନ ହେଲେ ଇଣ୍ଡି ମେଣ୍ଟ ପ୍ରାର୍ଥୀଙ୍କୁ ସର୍ବାଧିକ ୩୨୪ଟି ଭୋଟ ମିଳିବ ବୋଲି ଆକଳନ କରାଯାଉଛି। ତେବେ ଇଣ୍ଡି ମେଣ୍ଟର କେତେକ ସହଯୋଗୀ ଦଳରେ ଅସନ୍ତୁଷ୍ଟ ସାଂସଦ ଥିବାବେଳେ ସେମାନେ ଏନଡିଏ ପାଇଁ କ୍ରସ ଭୋଟିଂ କରିବାର ସମ୍ଭାବନା ରହିଛି। ସମସ୍ତ ଆକଳନ ଏପଟ ସେପଟ ହେଲେ ମଧ୍ୟ ଏନଡିଏ ପ୍ରାର୍ଥୀ ତାଙ୍କ ପ୍ରତିଦ୍ବନ୍ଦୀଙ୍କ ନିକଟରୁ ଅତିକମରେ ୭୦ ଭୋଟରେ ଆଗୁଆ ରହିବେ ବୋଲି ଅନୁମାନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    43 %
    1.5kmh
    0 %
    Sat
    38 °
    Sun
    38 °
    Mon
    39 °
    Tue
    38 °
    Wed
    36 °

    ସମ୍ବନ୍ଧିତ