Friday, October 2, 2026
22.2 C
Odisha

    ଆଜି କମିସନରେଟ ପୁଲିସ୍ ମୁଖ୍ୟାଳୟ ଘେରିବ କଂଗ୍ରେସ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇଛି। ଗୋଟିଏ ସପ୍ତାହ ମଧ୍ୟରେ କଣାସ, ବାଲିଅନ୍ତା, ବାଲିପାଟଣା ଭଳି ହତ୍ୟା ଘଟିବା ପ୍ରମାଣିତ କରୁଛି ଯେ ଲୋକେ ନିଜ ହାତକୁ ଶାସନ ବ୍ୟବସ୍ଥାକୁ ନେଇସାରିଲେଣି। ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ପରିବର୍ତ୍ତେ ଆତ୍ମସମୀକ୍ଷା କରନ୍ତୁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।
    ଶ୍ରୀ ଦାସ ଗଣମାଧ୍ୟମରେ କହିଛନ୍ତି, ରାଜ୍ୟରେ ବାରମ୍ବାର ମଧ୍ୟଯୁଗୀୟ ବର୍ବରତା ପରି ଘଟଣା ଘଟିଚାଲିଥିଲେ ମଧ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଝାଲ୍‌ମୁଢ଼ି ଖାଇ ବଙ୍ଗ ବିଜୟ ଉତ୍ସବ ପାଳନ କରିବାରେ ମାତିଛନ୍ତି। ପୂର୍ବରୁ କୌଣସି ସରକାର ପୁଲିସକୁ ଏପରି ଦୁର୍ବଳ କରି ନଥିଲେ। ପୁଲିସର ସ୍ଥାଣୁତାକୁ ନେଇ ଆଜି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କମିସନରେଟ ପୁଲିସ୍ ମୁଖ୍ୟାଳୟ (ପୁଲିସ୍ ସେବା ଭବନ) ଘେରଉ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବା ବଦଳରେ ଗତାନୁଗତିକ ଭାବେ ଆଇନ ମନ୍ତ୍ରୀ ବିରୋଧୀ ଦଳକୁ ସମାଲୋଚନା କରିବା ଅଭ୍ୟାସରେ ଏବେବି ଥିବା ସ୍ପଷ୍ଟ ହୋଇଛି। ମୁଖ୍ୟମନ୍ତ୍ରୀ ତୁରନ୍ତ ରାଜ୍ୟରେ ‘ଆଇନର ଶାସନ’ ଲାଗୁ କରନ୍ତୁ, ନଚେତ କଂଗ୍ରେସ ଲକ୍ଷଲକ୍ଷ ଲୋକଙ୍କୁ ଧରି ଲୋକସେବା ଭବନକୁ ଧସେଇ ପଶିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଗାଦିଚ୍ୟୁତ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ