Thursday, July 10, 2025
24.7 C
Odisha

    ଆଜି ଘଟଗାଁବାସିନୀ ମା’ ତାରିଣୀଙ୍କ ଆଷାଢୀ ପର୍ବ

    ଆଗକୁ ପଢନ୍ତୁ

    କେନ୍ଦୁଝର : ଆଜି ଘଟଗାଁବାସିନୀ ମା’ ତାରିଣୀଙ୍କ ଆଷାଢୀ ପର୍ବ । ଆଷାଢ ମାସରେ ଶେଷ ଗୁରୁବାରରେ ପାଳନ ହୋଇଥାଏ ଆଷାଢୀ ପର୍ବ । ପରମ୍ପରା ଅନୁସାରେ ପ୍ରଜାଙ୍କ ମଙ୍ଗଳ ପାଇଁ ଆଜି ମାଆ ତାରିଣୀଙ୍କ ଉପବାସ କରିବେ । ଦିନ ତମାମ ମନ୍ଦିର ପହଡ ପଡ଼ି ସନ୍ଧ୍ୟାରେ ମାଆ ତାରିଣୀଙ୍କ ସ୍ବତନ୍ତ୍ର ପୂଜା ବିଧି ହେବ । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ନଡ଼ିଆ ରାଣୀ ମା’ ତାରିଣୀ ।

    ଘଟଗାଁ ପୀଠରେ ଚଇତି ଓ ଆଷାଢୀ ଦୁଇଟି ସ୍ବତନ୍ତ୍ର ପର୍ବ । ଆଜି ଆଷାଢୀ ମାସ ଶେଷ ଗୁରୁବାର ମାଆଙ୍କ ଆଷାଢୀ ପର୍ବ । ଜଗତ ଜନନୀ ମାଆ ତାରିଣୀଙ୍କ ଆଷାଢୀ ଦ୍ବିତୀୟ ମୁଖ୍ୟ ପର୍ବ । ଏହି ପର୍ବ ପାଇଁ ମନ୍ଦିର ବନ୍ଦ ରହିଛି । ରୀତିନୀତି ଅନୁସାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସରିବା ପରେ ରାତି 7ଟାରେ ଦର୍ଶନ ଦେବେ ଘଟଗାଁ ରାଣୀ । ପୁଣି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସରିବା ପରେ ରାତ୍ର 10 ଘଟିକାରେ ମନ୍ଦିର ବନ୍ଦ ହେବ । ଏହି ପର୍ବକୁ ଯନ୍ତାଳ ପର୍ବ ବୋଲି ମଧ୍ୟ କୁହାଯାଏ ।

    କେନ୍ଦୁଝର ଜିଲ୍ଲାରେ ମାଆଙ୍କ ଆଷାଢୀ ପର୍ବରେ ଚାଷୀ ମାନଙ୍କ ପାଇଁ ମଧ୍ୟ ବେଶ୍ ଗୁରୁତ୍ବ ବହନ କରେ । ବର୍ଷା ଦିନର ପ୍ରାରମ୍ଭରେ ଏହି ପର୍ବ ପାଳନ ହେଉଥିବା ବେଳେ ଏହି ଦିନ ଘଟଗାଁ ଅଞ୍ଚଳର ୨୨ ଖଣ୍ଡ ମଉଜାର ଚାଷୀମାନେ ଭଲ ଚାଷ ପାଇଁ ମାଙ୍କ ନିକଟରେ ପୂଜା କରିଥାନ୍ତି । ବିଶ୍ବାସ ରହିଛି ଏହି ଦିନରେ ମାଆଙ୍କ ନିକଟରେ ବୋଦା ସମର୍ପଣ କଲେ ଭଲ ଫସଲ ହୋଇଥାଏ । ତେବେ ଅପରାହ୍ନରେ ମାଙ୍କୁ ସୁନା ବେଶରେ ଦର୍ଶନ କରିବା ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ଏହି ଦିନରେ ମାଙ୍କ ସୁନା ବେଶ ଦର୍ଶନ କଲେ ଘର ଓ ପରିବାରର ମଙ୍ଗଳ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    94 %
    1.5kmh
    100 %
    Thu
    25 °
    Fri
    30 °
    Sat
    30 °
    Sun
    29 °
    Mon
    31 °

    ସମ୍ବନ୍ଧିତ