Tuesday, June 30, 2026
25.5 C
Odisha

    ଆଜି ଚାନ୍ଦିପୁର ଘାଟିରୁ କ୍ଷେପଣାସ୍ତ୍ରର ପରୀକ୍ଷଣ, ଦିନ ୨ଟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର

    ଆଗକୁ ପଢନ୍ତୁ

    ବାଲେଶ୍ୱର  : ଆଜି ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପରୀକ୍ଷଣ ହେବ କ୍ଷେପଣାସ୍ତ୍ର । ଏଥିପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି । ପାଖାପାଖି ୧୧ହଜାର ୪ଶହ ୪୨ ଜଣ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲାପ୍ରଶାସନର ନିଷ୍ପତ୍ତି । ଆଖପାଖ ଅଞ୍ଚଳର ଲୋକ ଏବଂ ଗୃହପାଳିତ ପଶୁଙ୍କ ପାଇଁ ଅସ୍ଥାୟୀ ଶିବିରର ବନ୍ଧୋବସ୍ତ କରାଯାଇଛି । ଦିନ ଦୁଇଟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନର ନିଷ୍ପତ୍ତି ।  ଲୋକଙ୍କୁ ସୁରକ୍ଷିତ ଅସ୍ଥାୟୀ ଶିବିରରେ ରଖିବା ପାଇଁ ୪ ଟି ସ୍ଥାନ ଚିହ୍ନଟ କରାଯାଇଛି ।

    ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ବର୍ଦ୍ଧନପୁର ହାଇସ୍କୁଲ, ଭିମିପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ, ବହୁ ମୁଖୀ ବାତ୍ୟା ଆଶ୍ରୟସ୍ଥଳ ତୁଣ୍ଡରା, ନିଧିପଡ଼ା ସେବାଶ୍ରମରେ ରହିବେ ସ୍ଥାନୀୟ ଲୋକେ ।  ଅତ୍ୟଧିକ ଗୁଳୁଗୁଳି ଓ ଗରମ ପାଇଁ ଅସ୍ଥାୟୀ ଶିବିର ମାନଙ୍କରେ ଫ୍ୟାନ, ପାନୀୟଜଳ, ଟେଣ୍ଟର ବ୍ୟବସ୍ଥା କରାଯାଇଛି ।  ଆଇନ ଶୃଙ୍ଖଳା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ଓ ଅଧିକାରୀ ମାନଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳୀ ମାନଙ୍କରେ ନିୟୋଜିତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.5 ° C
    25.5 °
    25.5 °
    89 %
    0.9kmh
    100 %
    Tue
    25 °
    Wed
    30 °
    Thu
    31 °
    Fri
    30 °
    Sat
    31 °

    ସମ୍ବନ୍ଧିତ