Wednesday, June 10, 2026
40.2 C
Odisha

    ଚାଲିଗଲେ ଦିଗଜ ନିର୍ମାତା ତଥା ତାମିଲ ଡିରେକଟର ଭାରତୀରାଜା

    ଆଗକୁ ପଢନ୍ତୁ

    ମୁମ୍ବାଇ  :  ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯାହା ତାମିଲ ଇଣ୍ଡଷ୍ଟ୍ରିରେ ଦୁଃଖର ଛାୟା ଖେଳାଇଦେଇଛି । ଆଜି ପ୍ରସିଦ୍ଧ ଫିଲ୍ମ ନିର୍ମାତା ଭାରତୀରାଜାଙ୍କ ଦେହାନ୍ତ ହୋଇଛି  । ସେ  ୮୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱାସ୍ଥ୍ୟ ଖରାପ ଏବଂ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ତାଙ୍କର ଆଜି ସକାଳେ ଚେନ୍ନାଇରେ ଦେହାନ୍ତ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ବିବରଣୀ ପ୍ରକାଶ କରାଯାଇ ନାହିଁ ।

    ପ୍ରସିଦ୍ଧ ଫିଲ୍ମ ନିର୍ମାତାଙ୍କ ଦେହାନ୍ତରେ ତାମିଲ ଇଣ୍ଡଷ୍ଟ୍ରି ଶୋକ ପ୍ରକାଶ କରିଛି । ଏଥିସହ ସେମାନେ ଲେଖିଛନ୍ତି ଯେ, ଆମକୁ ଏହି ଖବର ଜଣାଇବାକୁ ଦୁଃଖ ଲାଗୁଛି ଯେ, ଆମର ଚର୍ଚ୍ଚିତ ନିର୍ମାତା ଶ୍ରୀଯୁକ୍ତ ଭାରତୀରାଜାଙ୍କର ଆଜି ସକାଳେ ଦେହାନ୍ତ ହୋଇଛି । ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସତଗତି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ।

    ଏଥିସହିତ ଏହି ଧୁଃଖଦ ଖବର ଶୁଣି ଅଭିନେତା, ପ୍ରଯୋଜକ ଏବଂ ରାଜନେତା ଖୁସ୍ବୁ ସୁନ୍ଦର ଗଭୀର ଦୁଃଖିତ ହୋଇ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି । ଭାରତୀରାଜାଙ୍କ ଫଟୋ ସେୟାର କରି ଲେଖିଛନ୍ତି ଯେ, ଆମର ସବୁଠାରୁ ପ୍ରିୟ ଏବଂ ସମ୍ମାନିତ ନିର୍ଦ୍ଦେଶକ, ମହାନ ଭାରତୀରାଜ ଆଉ ଆମ ଗହଣରେ ନାହାଁନ୍ତି । ତେଣୁ ଏହା ଜାଣି ମୁଁ ଗଭୀର ଦୁଃଖିତ । ତାଙ୍କ ବିୟୋଗ ତାମିଲ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । ତାଙ୍କ ଫିଲ୍ମଗୁଡ଼ିକ ସବୁବେଳେ ଏକ ଉଦାହରଣ ହୋଇ ରହିଛି ।

    ଯଦି ତାଙ୍କ କ୍ୟାରିଅର କଥା କୁହାଯାଏ ତେବେ ସେ କେବଳ ନିର୍ଦ୍ଦେଶକ ନଥିଲେ ବରଂ ଜଣେ ଅଭିନେତା ମଧ୍ୟ ଥିଲେ । ସେ ମୋହନଲାଲଙ୍କ ସହ ଥୁଡାରୁମରେ ଅଭିନୟ କରିଥିଲେ । ପୁଲାଭରରେ ମଧ୍ୟ ଅଭିନୟ କରିଥିଲେ କିନ୍ତୁ ତାହା ଏପର୍ଯ୍ୟନ୍ତ ସୁଦ୍ଧା ରିଲିଜ୍ ହୋଇନାହିଁ । ତାଙ୍କର ଅଭିନୟ କ୍ୟାରିଅର ଆୟୁଥ ଏଝୁଥୁ, ପାଣ୍ଡିଆନାଡୁ, ଈଶ୍ୱରନ୍, ଥିରୁଚିତ୍ରମ୍ବଲମ୍  ଏବଂ ମହାରାଜା ଭଳି ପ୍ରଭାବଶାଳୀ ଚଳଚ୍ଚିତ୍ର ଦ୍ୱାରା ସୁଦୃଢ଼ ​​ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    40.2 ° C
    40.2 °
    40.2 °
    23 %
    2.9kmh
    76 %
    Wed
    42 °
    Thu
    44 °
    Fri
    42 °
    Sat
    40 °
    Sun
    42 °

    ସମ୍ବନ୍ଧିତ