Tuesday, July 14, 2026
29 C
Odisha

    ଆଜି ନକ୍ଷତ୍ର ପରିବର୍ତ୍ତନ କରିବେ ଶୁକ୍ର, ଏହି ୪ ରାଶିରେ ହେବ ଧନ ବର୍ଷା

    ଆଗକୁ ପଢନ୍ତୁ

    ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ସୁଖ, ସମୃଦ୍ଧି, ପ୍ରେମ, ବିବାହ, ସୌନ୍ଦର୍ଯ୍ୟ ଓ ଭୌତିକ ସୁବିଧାର କାରକ ବୋଲି ମନାଯାଏ । ଯେତେବେଳେ ଶୁକ୍ର ନିଜର ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନ କରନ୍ତି, ତାହାର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡ଼ିଥାଏ । ଜ୍ୟୋତିଷ ଗଣନା ଅନୁସାରେ, ଆଜି ଶୁକ୍ର ଗ୍ରହ ବୁଧଙ୍କ ଅଧୀନସ୍ଥ ଆଶ୍ଳେଷା ନକ୍ଷତ୍ରରେ ପ୍ରବେଶ କରିବେ । ଆଶ୍ଳେଷା ନକ୍ଷତ୍ର ରହସ୍ୟ, ଚତୁରତା, ମାନସିକ ଚାପ ଓ ଭାବନାତ୍ମକ ଜଟିଳତା ସହ ଜଡ଼ିତ ବୋଲି ବିବେଚନା କରାଯାଏ ।

    ଏହି ଗୋଚର କିଛି ରାଶି ପାଇଁ ଶୁଭ ହେଲେ ମଧ୍ୟ, କିଛି ରାଶିର ଲୋକଙ୍କୁ ସତର୍କ ରହିବାକୁ ପଡ଼ିପାରେ । ବିଶେଷକରି ୪ଟି ରାଶି ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ଆସନ୍ତୁ ସେହି ରାଶିଗୁଡ଼ିକ ବିଷୟରେ ଜାଣିବା ।

    ବୃଷ ରାଶି : ଶୁକ୍ର ଆପଣଙ୍କ ରାଶିର ସ୍ବାମୀ । ଏଥିପାଇଁ ଏମାନଙ୍କ ନକ୍ଷେତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ଅଧିକ ଶୁଭ ଏବଂ ଫଳଦାୟୀ ରହିବ । ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ବ୍ୟବସାୟୀଙ୍କୁ ନୂତନ ଉତ୍ସ ମିଳିବ ।  ଆପଣଙ୍କ ସୁଖ- ସମୃଦ୍ଧି ବୃଦ୍ଧି ପାଇବ। ଯଦି ଆପଣ ସମ୍ପତ୍ତି କିମ୍ବା ଯାନବାହାନ କିଣିବାକୁ ଯୋଜନା କରୁଛନ୍ତି, ତେବେ ସମୟ ଅନୁକୂଳ। ଆପଣଙ୍କ ସାଥୀଙ୍କ ସହ ସମ୍ପର୍କ ମଜବୁତ ହେବ ଏବଂ ଅବିବାହିତ ଲୋକଙ୍କ ଜୀବନରେ କେହି ଜଣେ ବିଶେଷ ବ୍ୟକ୍ତି ପ୍ରବେଶ କରିପାରନ୍ତି ।

    ମିଥୁନ ରାଶି : ଆଶ୍ଳେଷା ନକ୍ଷତ୍ରର ସ୍ୱାମୀ ହେଉଛନ୍ତି ବୁଧ ଦେବ। ବୁଧ ଏବଂ ମିଥୁନ ରାଶି ମଧ୍ୟରେ ଭଲ ସମ୍ପର୍କ ଥିବାରୁ, ଏହି ଗୋଚର ଆପଣଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବ । ମିଡିଆ, ଲେଖାଲେଖି, ମାର୍କେଟିଂ କ୍ଷେତ୍ରରେ କାମ କରୁଥିବା ଲୋକମାନେ ନିଜର ଭଲ କଥାବାର୍ତ୍ତା ଓ ଯୋଗାଯୋଗ କୌଶଳ ଦ୍ୱାରା ବଡ଼ ସଫଳତା ପାଇପାରିବେ । ଦୀର୍ଘ ଦିନ ଧରି ଅଟକି ରହିଥିବା ଟଙ୍କା ଫେରି ମିଳିପାରେ । ହଠାତ୍ ଧନ ଲାଭର ମଧ୍ୟ ଯୋଗ ରହିଛି, ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ଆହୁରି ମଜବୁତ କରିବ । ଭାଇ-ଭଉଣୀ ଓ ପରିବାରର ଅନ୍ୟ ସଦସ୍ୟଙ୍କର ପୂର୍ଣ୍ଣ ସହଯୋଗ ମିଳିବ । ସେମାନଙ୍କ ସହାୟତାରେ ଆପଣଙ୍କର ଦୀର୍ଘ ଦିନରୁ ଅଟକି ରହିଥିବା କାମ ସଫଳତାର ସହିତ ପୂରଣ ହୋଇପାରିବ ।

    କର୍କଟ ରାଶି : ଶୁକ୍ରଙ୍କ ଏହି ନକ୍ଷେତ୍ର ପରିବର୍ତ୍ତନ କର୍କଟ ରାଶିର ଲୋକଙ୍କ ପାଇଁ ସମ୍ମାନ ଏବଂ ଖୁସି ଆଣିଦେଉଛି । ଆପଣଙ୍କ କର୍ଷଣ ବୃଦ୍ଧି ପାଇବଏବଂ ଆପଣଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଲୋକମାନେ ଆପଣଙ୍କ କଥାରେ ପ୍ରଭାବିତ ହେବେ । ଆପଣଙ୍କ ବରିଷ୍ଠ ବ୍ୟକ୍ତି ଏବଂ ବସ୍ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମକୁ ପ୍ରଶଂସା କରିବେ । ଏହା ସୃଜନଶୀଳ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଏକ ସୁବର୍ଣ୍ଣ ସମୟ ହୋଇପାରେ । କିଛି ସମୟ ଧରି ଚାଲିଥିବା ଚାପ ଦୂର ହୋଇଯିବ ଏବଂ ଆପଣ ବହୁତ ଆରାମ ଅନୁଭବ କରିବେ ।

    କନ୍ୟା ରାଶି : ଶୁକ୍ରଙ୍କ ଆଶ୍ଳେଷା ନକ୍ଷତ୍ରରେ ପ୍ରବେଶ ବୁଧଙ୍କ ଦ୍ବିତୀୟ ରାଶି କନ୍ୟା ପାଇଁ ମଧ୍ୟ ବହୁତ ଲାଭଦାୟକ ପ୍ରମାଣିତ ହେବ । ଆପଣଙ୍କ ଆୟର ଉତ୍ସ ବୃଦ୍ଧି ପାଇବ। ଏହି ସମୟରେ ନିବେଶ ଭଲ ଲାଭ ଦେବାର ସମ୍ଭାବନା ରହିଛି । ଯଦି ଆପଣ ସହଭାଗୀତାରେ କୌଣସି ବ୍ୟବସାୟ କରୁଛନ୍ତି, ତେବେ ଏକ ବଡ଼ ଚୁକ୍ତି ଚୂଡ଼ାନ୍ତ ହୋଇପାରେ ଯାହା ଭବିଷ୍ୟତରେ ବିପୁଳ ଲାଭ ଦେବ । ବହୁ ଦିନ ଧରି ପଡ଼ି ରହିଥିବା ଯେକୌଣସି ଇଚ୍ଛା ଏହି ସମୟରେ ପୂରଣ ହୋଇପାରେ । ଯାହା ଘରେ ଖୁସିର ପରିବେଶ ସୃଷ୍ଟି କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    72 %
    1.9kmh
    100 %
    Tue
    29 °
    Wed
    29 °
    Thu
    32 °
    Fri
    26 °
    Sat
    25 °

    ସମ୍ବନ୍ଧିତ