Thursday, June 4, 2026
30.5 C
Odisha

    ଆଜି ପବିତ୍ର ଅଳାଁ ନବମୀ, ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା ରାଧାରାଣୀ

    ଆଗକୁ ପଢନ୍ତୁ

    ପିପିଲି  :  ଆଜି ପବିତ୍ର ଅଳାଁ ନବମୀ । ରାଧା ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗିଛି । ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ । ବିଳମ୍ବିତ ରାତିରୁ ଧାଡ଼ିରେ ଠିଆ ହୋଇ ରାଧାପାଦ ଦର୍ଶନ କରୁଛନ୍ତି ଭକ୍ତ । ରାତି ୧ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ ଅବକାଶ ବେଶ ମଇଲମ ମର୍ଦ୍ଦନ ଅବକାଶ କରାଯାଇ ନଟବର ବେଶ ସୂର୍ଯ୍ୟପୂଜା ଦ୍ୱାରପାଳ ପୂଜା ବଲ୍ଲଭ ମଦନମୋହନ ଭୋଗ କରାଯିବା ପରେ ସେବାୟତ ଓ କର୍ମଚାରୀଙ୍କ ପରିବାର ଦର୍ଶନ କରିଥିଲେ । ବର୍ଷକୁ ଥରେ ଓଡ଼ିଆଣୀ ବେଶକୁ ନେଇ ଭକ୍ତଙ୍କ ମନରେ ଉତ୍ସାହ ରହିଛି । ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ତିନି ଥାକିଆ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ସହିତ ଶ୍ରଦ୍ଧାଳୁମାନେ ମା’ ଙ୍କୁ ଦର୍ଶନ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.5 ° C
    30.5 °
    30.5 °
    51 %
    1kmh
    76 %
    Thu
    41 °
    Fri
    41 °
    Sat
    40 °
    Sun
    42 °
    Mon
    39 °

    ସମ୍ବନ୍ଧିତ