Sunday, September 13, 2026
27.6 C
Odisha

    ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ଫେବ୍ରୁଆରି ୧୭ରୁ ହେବ ଆରମ୍ଭ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :   କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀ ଥିଓରି ପରୀକ୍ଷା ୨୦୨୬ ଫେବ୍ରୁଆରି ୧୭ରୁ ଆରମ୍ଭ ହେବ ।  ଉଭୟ ଶ୍ରେଣୀର ପରୀକ୍ଷା ପ୍ରତିଦିନ ପୂର୍ବାହ୍ନ ୧୦ଟା ୩୦ରେ ରହିଛି । ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୯ ଯାଏଁ ଚାଲିବ ବୋଲି ସିବିଏସ୍‌ଇ ପକ୍ଷରୁ ଆଜି ଜାରି କାର୍ଯ୍ୟସୂଚୀରେ କୁହାଯାଇଛି । ଦଶମ ଶ୍ରେଣୀର ପ୍ରଥମ ଦିନ ଗଣିତ ବିଷୟରେ ପରୀକ୍ଷା ଥିବା ବେଳେ ଫେବ୍ରୁଆରି ୧୮ରେ ଗୃହବିଜ୍ଞାନ (ହୋମ ସାଇନ୍ସ), ୨୧ରେ ଇଂରାଜୀ, ୨୫ରେ ବିଜ୍ଞାନ, ୨୭ରେ ଆଇଟି/ଏଆଇ/କମ୍ପ୍ୟୁଟର ଆପ୍ଲିକେସନ୍‌, ମାର୍ଚ୍ଚ ୭ରେ ସୋସିଆଲ୍‌ ସାଇନ୍ସ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ ।

    ଦ୍ବାଦଶ ଶ୍ରେଣୀ ପରୀକ୍ଷାର ପ୍ରଥମ ଦିନ ବାୟୋଟେକ୍ନୋଲୋଜି ସମେତ ଏଣ୍ଟରପ୍ରିନୁଅରସିପ୍‌, ସଟ୍‌ହାଣ୍ଡ (ହିନ୍ଦୀ/ଇଂରାଜୀ) ବିଷୟରେ ପରୀକ୍ଷା ରହିଛି । ସେହିପରି ଫେବ୍ରୁଆରି ୧୮ରେ ଫିଜିକାଲ୍‌ ଏଜୁକେସନ୍‌, ୨୦ରେ ପଦାର୍ଥ ବିଜ୍ଞାନ, ୨୪ରେ ଆକାଉଣ୍ଟାନ୍ସି, ୨୬ରେ ଭୂଗୋଳ, ମାର୍ଚ୍ଚ ୫ରେ ମନୋବିଜ୍ଞାନ, ମାର୍ଚ୍ଚ ୬ରେ ଓଡ଼ିଆ ସମେତ ଅନ୍ୟାନ୍ୟ ଆଞ୍ଚଳିକ ଭାଷା, ୯ରେ ଗଣିତ, ୧୨ରେ ଇଂରାଜୀ, ୧୪ରେ ହୋମ୍‌ ସାଇନ୍ସ, ୧୮ରେ ଅର୍ଥନୀତି, ୨୩ରେ ରାଜନୀତି ବିଜ୍ଞାନ, ୨୪ରେ ଏଆଇ/ରିଟେଲ୍‌, ୨୫ରେ ଆଇଟି/କମ୍ପ୍ୟୁଟର ସାଇନ୍ସ, ୨୭ରେ ଜୀବବିଜ୍ଞାନ, ୩୦ରେ ଇତିହାସ, ଏପ୍ରିଲ ୪ରେ ସାମାଜିକ ବିଜ୍ଞାନ ପରି ପ୍ରମୁଖ ବିଷୟରେ ପରୀକ୍ଷା ହେବ ।  ସିବିଏସ୍‌ଇ ପକ୍ଷରୁ କୁହାଯାଇଛି ଯେ ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ୨୦୨୬ରେ ଦଶମ ଶ୍ରେଣୀରେ ଦୁଇଟି ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ ପରୀକ୍ଷାର ୧୪୬ ଦିନ ପୂର୍ବରୁ ଅର୍ଥାତ୍‌ ସେପ୍ଟେମ୍ବର ୨୪ରେ ସିବିଏସ୍‌ଇ ପକ୍ଷରୁ ତାରିଖ ଘୋଷଣା ହୋଇଥିଲା । ଫଳରେ ବୋର୍ଡ ଅଧୀନ ସମସ୍ତ ଅଂଶୀଦାର ସେହି ଅନୁଯାୟୀ ନିଜକୁ ପ୍ରସ୍ତୁତ କରିପାରିବେ । ଏବେ ପରୀକ୍ଷାର ୧୧୦ ଦିନ ପୂର୍ବରୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଉଭୟ ଶ୍ରେଣୀର ଦୁଇଟି ବିଷୟ ମଧ୍ୟରେ ପରୀକ୍ଷାର୍ଥୀଙ୍କୁ ପର୍ଯ୍ୟାପ୍ତ ସମୟ ମଧ୍ୟ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ