Friday, April 3, 2026
36.1 C
Odisha

    ଆଜି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ: ମଧ୍ୟାହ୍ନ ୧୨ଟା ୫୭ରୁ ପାକତ୍ୟାଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ । ୨୦୨୨ ବର୍ଷ ପରେ ସବୁଠୁ ଲମ୍ବା ଚନ୍ଦ୍ରଗ୍ରହଣ। ଚଳିତ ବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ। ଏଥିପାଇଁ ଆଜି ମଧ୍ୟାହ୍ନ ୧୨ଟା ୫୭ ମିନିଟ ୨୨ ସେକେଣ୍ଡରୁ ଆନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି । ବାଳୁତ, ବୃଦ୍ଧ, ରୋଗୀମାଙ୍କ ପକ୍ଷେ ଏହି ନିୟମ କୋହଳ ରହିଛି। ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହୋଇ ରାତି ୧ଟା ୨୭ ମିନିଟ ୧୭ ସେକେଣ୍ଡରେ ସର୍ବମୋକ୍ଷ ହେବ। ତେଣୁ ମଧ୍ୟାହ୍ନ ୧୨ଟା ୫୭ ମିନିଟ ପୂର୍ବରୁ ଦେବନୀତି ଶେଷ ହେବ। ସର୍ବମୋକ୍ଷ ପରେ ସ୍ନାନପୂର୍ବକ ଦେବନୀତି ଓ ଆନ୍ନଭୋଜନ କରାଯାଇପାରିବ ବୋଲି ପାଞ୍ଜିକାରେ କୁହାଯାଇଛି।

    ସେହିପରି ଚନ୍ଦ୍ରଗହଣ ବିଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ରହିବ ବୋଲି ମତ ଦେଇଛନ୍ତି ଜ୍ୟୋତିଷ। ଜ୍ୟୋତିର୍ବିଦ ମିଲନ ବାନାର୍ଜୀଙ୍କ ମତରେ ଆସନ୍ତାକାଲି ରାହୁଗ୍ରସ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେଉଥିବାରୁ ଏହି ରାଶିର ଲୋକମାନେ ବିଶେଷ ଧ୍ୟାନ ଦେବା ଦରକାର । ଚନ୍ଦ୍ରଗ୍ରହଣର ୩ ମାସ ପୂର୍ବରୁ ଓ ପରବର୍ତ୍ତୀ ୩ ମାସ ଯାଏ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ବୃଷ, ମିଥୁନ, କର୍କଟ, ସିଂହ, କୁମ୍ଭ ଓ ମୀନ ରାଶି ପାଇଁ ଗ୍ରହଣ ଦର୍ଶନ ଅଶୁଭ । ଅନ୍ୟ ରାଶିର ଲୋକମାନେ ଚନ୍ଦ୍ରଗ୍ରହଣ ଦର୍ଶନ କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ