Wednesday, November 11, 2026
25.5 C
Odisha

    ଆଜି ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ

    ଆଗକୁ ପଢନ୍ତୁ

    ସମ୍ବଲପୁର : ହୀରାକୁଦ ନଦୀବନ୍ଧରେ ଜଳସ୍ତର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଉଥିବା ବେଳେ ପୂର୍ବ ଘୋଷଣା ମୁତାବକ ଆଜି ପୂର୍ବାହ୍ନ ୧୧ଟା ପରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଗଲା। ପ୍ରଥମ ଦିନ ପର୍ଯ୍ୟାୟକ୍ରମେ ୧ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସନ କରାଯିବ। ପରମ୍ପରା ଅନୁସାରେ, ପୂଜାପାଠ ପରେ ପ୍ରଥମେ ୭ ନମ୍ବର ଫାଟକ  ଓ ପରେ କ୍ରମାନ୍ବୟରେ ୪ଟି ଗେଟ୍‌ ଖୋଲିବା ପାଇଁ ଜଳସମ୍ପଦ ବିଭାଗ ନିଷ୍ପତ୍ତି ନେଇଛି। ମୋଟ ୦୪ ସ୍ଲୁଇସ୍ ଗେଟ୍ ଖୋଲା ରହିବ। (ବାମ ୦୩ + ଡାହାଣ ୦୧)।
    ହୀରାକୁଦ ନଦୀବନ୍ଧରେ ୨ ଦିନଭିତରେ ଜଳସ୍ତର ୯ଫୁଟ୍‌ Branch ପାଇଛି। ୬ ତାରିଖ ସକାଳେ ନଦୀବନ୍ଧର ଜଳସ୍ତର ୬୦୩ ଫୁଟ୍‌ ଥିବା ବେଳେ ପ୍ରାୟ ୪୬ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରିଥିଲା କିନ୍ତୁ ବୁଧବାର ସନ୍ଧ୍ୟା ୬ଟାରେ ୬୧୨.୯୭ଫୁଟ୍‌ ଜଳସ୍ତର ରହିଛି। ଏହି ସମୟରେ ନଦୀବନ୍ଧକୁ ସେକେଣ୍ଡ୍‌ ପ୍ରତି ୨ ଲକ୍ଷ ୪୨ ହଜାର ୯୬୬ ଘନଫୁଟ୍‌ ଜଳ ପ୍ରବେଶ କରୁଛି। ଉପରମୁଣ୍ଡ କଲ୍‌ମା ବ୍ୟାରେଜ୍‌ରେ ୬୧ଟି ଫାଟକ ଖୋଲାଥିବା ହେତୁ ଜଳପ୍ରବେଶ ଏଭଳି ଭାବେ ବୃଦ୍ଧି ପାଇଥିବା କୁହାଯାଉଛି। ତେବେ ଜଳପ୍ରବେଶ କ୍ରମଶଃ ହ୍ରାସ ପାଉଛି। ବୁଧବାର ମଧ୍ୟାହ୍ନରେ
    ୨ଲକ୍ଷ ୮୫ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୬ ଘଣ୍ଟା ଭିତରେ ତାହା ୨୦ ହଜାର କ୍ୟୁସେକ ଯାଏ ହ୍ରାସ ପାଇଛି। ବର୍ଷା ହେଉନଥିବା ହେତୁ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଉଛି। ନଦୀବନ୍ଧରେ ବନ୍ୟାଜଳ ନିଷ୍କାସନକୁ ନେଇ ପୂର୍ବରୁ ମହାନଦୀ ତଟବର୍ତ୍ତୀ ଜିଲାର ଜିଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଥିଲା। ସେହିପରି, ବୁର୍ଲା, ସମ୍ବଲପୁର ଅଞ୍ଚଳରେ ମାଇକ୍ ଜରିଆରେ ମହାନଦୀ ମଧ୍ୟକୁ ପ୍ରବେଶ ନ କରିବା ପାଇଁ ସତର୍କ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.5 ° C
    25.5 °
    25.5 °
    58 %
    1.3kmh
    0 %
    Wed
    27 °
    Thu
    26 °
    Fri
    26 °
    Sat
    27 °
    Sun
    27 °

    ସମ୍ବନ୍ଧିତ