Thursday, October 9, 2025
29.1 C
Odisha

    ଆଜି ବସିବ ବିଜେପି କୋର କମିଟି ବୈଠକ: କିଏ ହେବେ ବିଜେପିର ନୂଆପଡ଼ା ପ୍ରାର୍ଥୀ ?

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କିଏ ହେବେ ବିଜେପିର ନୂଆପଡ଼ା ପ୍ରାର୍ଥୀ ? ଆଜି ବସିବ ବିଜେପି କୋର କମିଟି ବୈଠକ। ପ୍ରାର୍ଥୀ ଉପରେ ହୋଇପାରେ ନିଷ୍ପତ୍ତି । ନୂଆପଡ଼ା ଉପନିର୍ବାଚନରେ ମନମୋହନ ସାମଲ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ତେବେ ଏହି ଚର୍ଚ୍ଚାକୁ ନେଇ ତୋମାର କହିଛନ୍ତି, ତାଙ୍କ ସାମ୍ନାକୁ ଏହା ଆସି ନାହିଁ । ଅନେକ ଆଶାୟୀଙ୍କ ନାଁ ବିଚାର କରାଯାଉଛି । ବିଜେପିରୁ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା । କିନ୍ତୁ ସେ ତୃତୀୟ ସ୍ଥାନରେ ରହିଥିଲେ ।

    ଏଥର ବିଜେପି ତାଙ୍କୁ ପୁଣି ପ୍ରାର୍ଥୀ କରିବ ନା ପରିବର୍ତ୍ତନ କରିବ । ନା ଅଭିନନ୍ଦନଙ୍କ ସ୍ଥାନରେ ବାପା ବସନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିବ । ସେପଟେ ଆଶାୟୀ ତାଲିକାରେ ଅଛନ୍ତି ଯଦୁମଣୀ ପାଣିଗ୍ରାହୀ । ନଭେମ୍ବର ୧୧ରେ ନୂଆପଡ଼ା ପାଇଁ ଭୋଟ ଓ ୧୪ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଆସନ୍ତା ୧୩ରେ ନୂଆପଡା ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.1 ° C
    29.1 °
    29.1 °
    67 %
    2.8kmh
    28 %
    Thu
    29 °
    Fri
    29 °
    Sat
    28 °
    Sun
    28 °
    Mon
    29 °

    ସମ୍ବନ୍ଧିତ