Tuesday, March 31, 2026
35.7 C
Odisha

    ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍, ଫେବ୍ରୁଆରି ୨୦ରେ ଉପସ୍ଥାପିତ ହୋଇଥିଲା ବଜେଟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ଫେବ୍ରୁଆରି ୨୦ରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ । ୩.୧୦ ଲକ୍ଷ କୋଟିର ବଜେଟ୍ ଉପସ୍ଥାପନ ହୋଇଥିଲା ।

    ସେପଟେ SCB ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ରହିଛନ୍ତି ବିରୋଧୀ । ଗତକାଲି ଉଭୟ ବିଜେଡି ଓ କଂଗ୍ରେସର ବିଧାୟକ ଲୋକଭବନ ଯାଇ ରାଜ୍ଯପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଗତ ୧୬ ତାରିଖରେ କଟକ SCB ମେଡିକାଲ କଲେଜରେ ନିଆଁ ଲାଗି ୧୩ ଜଣ ଲୋକଙ୍କ ଜୀବନ ଯାଇଥିଲା । ଏହି ଘଟଣାରେ ନୈତିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ଦାବିରେ ବିରୋଧୀ ଅଡି ବସିଛନ୍ତି । ୧୭ ତାରିଖରୁ ଗୃହରେ ଅଚଳାବସ୍ଥା ଲାଗି ରହିଛି । ଜୋର ଧରିଲା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି । SCB ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟପାଳଙ୍କୁ ଭେଟି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ।

    କଟକ ଏସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁ ଘଟଣା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ଦୁର୍ଘଟଣାକୁ ନେଇ ସୋମବାର ଦିନ ବିରୋଧୀ ଦଳର ବିଧାୟକମାନେ ରାଜ୍ୟପାଳଙ୍କୁ ଏକ ସମ୍ମିଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ଅଘଟଣ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଦାୟୀ କରି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା କିମ୍ବା ତାଙ୍କୁ ପଦରୁ ହଟାଇବାକୁ ବିଜେଡି, କଂଗ୍ରେସ ଏବଂ ସିପିଆଇ-ଏମ ବିଧାୟକମାନେ ଦାବି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    35.7 ° C
    35.7 °
    35.7 °
    22 %
    4.6kmh
    69 %
    Tue
    38 °
    Wed
    39 °
    Thu
    40 °
    Fri
    39 °
    Sat
    41 °

    ସମ୍ବନ୍ଧିତ