Friday, October 2, 2026
22.2 C
Odisha

    ଆଜି ବିଧାନସଭା ଆରମ୍ଭରୁ ହିଁ ପୁଣି ହଟ୍ଟଗୋଳ,ବାଚସ୍ପତିଙ୍କ ପୋଡିୟମ୍ ତଳେ ବିଜେଡିର ନାରାବାଜି

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଆଜି ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ପଞ୍ଚମ ଦିନ। ଆଜି ବିଧାନସଭା ଆରମ୍ଭରୁ ହିଁ ପୁଣି ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଜେଡି ସଦସ୍ୟ। ବାଚସ୍ପତିଙ୍କ ପୋଡିୟମ୍ ତଳକୁ ଆସି ପଞ୍ଚାୟତରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରାଯିବା ପ୍ରତିବାଦରେ ପ୍ଲାକାର୍ଡ ଓ ପୋଷ୍ଟର୍ ଧରି ନାରାବାଜି ସହ ହୋହଲ୍ଲା କରିଛନ୍ତି। ଏଣେ କଂଗ୍ରେସ ବିଧାୟକମାନେ ନିଜ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଛନ୍ତି। ବିଜେଡି ବିଜେପି ଭାଇ ଭାଇ, ବିଧାନସଭା ଚଲାଇ ଦିଅନ୍ତି ନାହିଁ ପ୍ଲାଗ କାର୍ଡ ଧରି କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଛନ୍ତି। ବିଧାନସଭାରେ ବିଧାୟକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଛନ୍ତି ପଂଚାୟତରଜି, ଗ୍ରାମ୍ୟ ଉନ୍ନୟନ ତଥା ପାନୀୟ ଜଳଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ଏବଂ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ।

    ବିଧାନସଭାରେ ପ୍ରବଳ ହଟ୍ଟାଗୋଳ ସତ୍ତ୍ବେ ବାଚସ୍ପତି ଗୃହ କାର୍ଯ୍ୟକୁ ଜାରି ରଖିଛନ୍ତି ବାଚସ୍ପତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ