Saturday, April 4, 2026
38.1 C
Odisha

    ଆଜି ଭାରତ-ପାକିସ୍ତାନ ମହାମୁକାବିଲା

    ଆଗକୁ ପଢନ୍ତୁ

    ଦୁବାଇ : ଚଳିତ ଚମ୍ପିଆନ୍‌ସ ଟ୍ରଫିର ଯେଉଁ ମ୍ୟାଚ୍‌କୁ ସାରା ବିଶ୍ବର କ୍ରିକେଟ୍‌ପ୍ରେମୀ ଅପେକ୍ଷା କରିଛନ୍ତି। ତାହା ଦୁବାଇରେ ଆଜି ଖେଳାଯିବ। ଭାରତ ଓ ପାକିସ୍ତାନ ମଧ୍ୟରେ ଗ୍ରୁପ୍‌ ‘ଏ’ର ଏହି ଗୁରୁତ୍ବପୂର୍ଣ୍ଣ ମୁକାବିଲାକୁ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଗଲାଣି। ୨୯ ବର୍ଷ ପରେ ପାକିସ୍ତାନ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବା ବେଳେ ତ’ର କ୍ରିକେଟ୍‌ ଦଳ ପ୍ରତିଯୋଗିତାରୁ ସହଳ ବିଦାୟ ନେବାର ଦ୍ବାର​‌ରେ ପହଞ୍ଚିଛି। ପାକିସ୍ତାନ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟିକରିଛି। ଯଦି ପାକିସ୍ତାନକୁ କିଛି ଚମତ୍କାର କରିବାର ଅଛି; ତାହା ହେଉଛି ଏହି ମ୍ୟାଚ୍‌ରେ। ୩ ଦଶନ୍ଧି ଧରି ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଅପେକ୍ଷା କରିଥିବା ପାକିସ୍ତାନ; ଚମ୍ପିଆନ୍‌ସ ଟ୍ରଫିର ମାତ୍ର ୪ ଦିନ ପରେ ବିଦାୟ ନେବା ଆଶଙ୍କାରେ ପଡ଼ିଯାଇଛି। ଏହାସହ ଆୟୋଜକ ହେବା ସତ୍ତ୍ବେ ଭାରତ ବିପକ୍ଷ ମ୍ୟାଚ୍‌ ଖେଳିବାକୁ ଦୁବାଇ ଯିବାକୁ ପଡ଼ିଛି। ନ୍ୟୁଜିଲାଣ୍ଡଠାରୁ ପ୍ରଥମ ମ୍ୟାଚ୍‌ରେ ୬୦ ରନ୍‌ରେ ପାକିସ୍ତାନ ପରାସ୍ତହେବା ପରେ ଭାରତ ବିପକ୍ଷରେ ଅସ୍ତିତ୍ବ ପାଇଁ ଲଢ଼ିବ।

    ୨୦୧୭​‌ ମସିହାରେ ଶେଷଥର ଚମ୍ପିଆନ୍‌ସ ଟ୍ରଫି ଆୟୋଜନ ହୋଇଥିବା ବେଳେ ଫାଇନାଲରେ ଭାରତକୁ ହରାଇ ପାକିସ୍ତାନ ଚମ୍ପିଆନ୍ ହୋଇଥିଲା। ୮ ବର୍ଷ ପରେ ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ ରହିଛି। ପୁଣି ୨୦୧୧ ପରେ ୨୦୧୭କୁ ଛାଡ଼ି ୨୦୨୧ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଭାରତ ଚମ୍ପିଆନ୍ ହୋଇଥିଲା। ଚମ୍ପିଆନ୍‌ସ ଟ୍ରଫିରେ ଭାରତ ବିପକ୍ଷ​‌ରେ ପାକିସ୍ତାନର ରେକର୍ଡ ଭଲ। ୫ଟି ମ୍ୟାଚ୍‌ରୁ ପାକିସ୍ତାନ ୩ଟି ଜିତିଛି। ଏମିତି ବି ଭାରତ-ପାକିସ୍ତାନ କ୍ରିକେଟ୍‌ ମୁକାବିଲାକୁ ଉଭୟ ଦେଶର କ୍ରିକେଟ୍‌ପ୍ରେମୀ ଯୁଦ୍ଧ ଭାବେ ଗଣନା କରିଥାଆନ୍ତି। ଉଭୟ ଦଳ ପରସ୍ପରକୁ ଇଞ୍ଚେ ଛାଡ଼ିବେ ନାହିଁ। ପାକିସ୍ତାନ ପାଇଁ ଚିନ୍ତାର ବିଷୟ ଯେ ଏହା ଦୁବାଇର ଧିମା ପିଚ୍‌ରେ ଭାରତୀୟ ସ୍ପିନରଙ୍କ ମୁକାବିଲା କରିବ। ଭାରତୀୟ ଦଳ ଏଠାରେ ବାଂଲାଦେଶ ବିପକ୍ଷରେ ଖେଳି ସହଜ ବିଜୟ ହାସଲ କରିଛି। ତେଣୁ ଏଠାକାର ପିଚ୍‌ ଓ ବାତାବରଣ ବିଷୟରେ ଭାରତ ଭଲଭାବେ ଅବଗତ। ଗତ ଦିନିକିଆ ବିଶ୍ବକପ୍‌ରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଥିଲା। କେବଳ ଫାଇନାଲରେ ବିଫଳ ହୋଇ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ତେଣୁ ବର୍ତ୍ତମାନ ଫର୍ମ ଓ ଦକ୍ଷତାରେ ପାକିସ୍ତାନ ଅପେକ୍ଷା ଭାରତ ବହୁତ ଆଗରେ ରହିଛି। ସ୍ଥାନୀୟ ସମୟ ଦିନ ୧ଟାରେ ମ୍ୟାଚ୍‌ ଆରମ୍ଭ ହେଉଥିବାରୁ କାକରର ପ୍ରଭାବ ରହିବନାହିଁ। ଉଭୟ ଦଳ ଟସ୍ ଜିତି ବ୍ୟାଟିଂ କରିବାକୁ ଚାହିଁବେ। ଧିମା ପିଚ୍‌ ଯୋଗୁଁ ବଡ଼ ସଟ୍‌ ଖେଳିବା ସହଜ ହେବନାହିଁ। ୨୦୨୪ରୁ ଅଦ୍ୟାବଧି ସଲ୍‌ମାନ ଆଗା ପାକିସ୍ତାନର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍ ଅଛନ୍ତି। ମଧ୍ୟକ୍ରମରେ ସଲ୍‌ମାନ ୬୫ ଆଭ୍‌ରେଜରେ ୩୨୫ ରନ୍‌ କରିଛନ୍ତି। ତେଣୁ ଭାରତୀୟ ସ୍ପିନରଙ୍କ ମୁକାବିଲା ପାଇଁ ସଲ୍‌ମାନଙ୍କୁ ଲମ୍ବା ଇନିଂସ ଖେଳିବାକୁ ପଡ଼ିବ। ଫଖର ଜମାନ୍ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବାରୁ ଅଭିଜ୍ଞ ଇମାମ୍ ଉଲ୍‌ ହକ୍‌ ଇନିଂସ ଓପନ୍‌ କରିବେ। ବାକି ୧୦ ଜଣ ସେମାନଙ୍କ ସ୍ଥାନ ବଜାୟ ରଖିବେ। ଭାରତୀୟ ଚୂଡ଼ାନ୍ତ ଏକାଦଶରେ ମଧ୍ୟ ପରିବର୍ତ୍ତନର ସମ୍ଭାବନା କମ୍।ବଡ଼ ସ୍କୋର୍‌ କରିବାକୁ ହେଲେ ଓପ୍‌ନର ବାବର ଆଜମ୍‌ ଓ ଅଧିନାୟକ ମହମ୍ମଦ ରିଜ୍‌ୱାନଙ୍କୁ ବଡ଼ ଇନିଂସ ଖେଳିବାକୁ ପଡ଼ିବ। ପୁଣି ସାହିନ୍ ଶାହା ଆଫ୍ରିଦିଙ୍କୁ ନୂଆ ବଲ୍‌ରେ ୱିକେଟ୍‌ ନେବାକୁ ପଡ଼ିବ। ପାକିସ୍ତାନ ବିପକ୍ଷରେ ଗତ ୧୧ଟି ଦିନିକିଆରୁ ଭାରତ ୯ଟି ଜିତିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    38.1 ° C
    38.1 °
    38.1 °
    22 %
    2.5kmh
    100 %
    Sat
    36 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ