Friday, April 3, 2026
33.6 C
Odisha

    ଆଜି ମଧ୍ୟପ୍ରଦେଶର ଛତ୍ରପୁରରେ ବାଗେଶ୍ବର ଧାମ ପକ୍ଷରୁ ପ୍ରତିଷ୍ଠା ହେବାକୁ ଥିବା କ୍ୟାନ୍‌ସର ହସ୍ପିଟାଲର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମହାକୁମ୍ଭ ବ୍ୟବସ୍ଥାକୁ ଅନେକ ବିରୋଧୀ ଦଳ ନେତା ଲଗାତାର ସମାଲୋଚନା କରୁଥିବାରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର କଡ଼ା ଜବାବ ଦେଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପବିତ୍ର ମହାକୁମ୍ଭକୁ ‘ମୃତ୍ୟୁକୁମ୍ଭ’ ବୋଲି ସମ୍ବୋଧିତ କରିଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ମହାକୁମ୍ଭର ବ୍ୟାପକତା ଏବଂ ଖର୍ଚ୍ଚକୁ ନେଇ ଲଗାତାର ସମାଲୋଚନା କରିଆସୁଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଦାବି କରିଛନ୍ତି ଯେ କୁମ୍ଭରେ ହଜାର ହଜାର ଲୋକ ଦଳାଚକଟା ଓ ଅବ୍ୟବସ୍ଥାରେ ପ୍ରାଣ ହରାଇଛନ୍ତି। ରାଜ୍ୟସଭା ସାଂସଦ ତଥା ସପା ନେତ୍ରୀ ଜୟା ବଚ୍ଚନ ଅତ୍ୟନ୍ତ ବିବାଦୀୟ ବୟାନ ଦେଇ ମୃତଦେହକୁ ଗଙ୍ଗାରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଥିବା ବେଳେ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଏହି ସମାବେଶକୁ ‘ଫାଲ୍‌ତୁ’ ବୋଲି କହିଛନ୍ତି। ଏଭଳି କିଛି ଲୋକ ଧର୍ମ ଓ ସଂସ୍କୃତି ଉପରେ ଆକ୍ରମଣ କରିବାର ଦାସତ୍ବ ମାନସିକତାରେ ରହିଛନ୍ତି ଏବଂ ସେମାନେ ସମାଜରେ ବିଭାଜନ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ମଧ୍ୟପ୍ରଦେଶର ଛତ୍ରପୁରରେ ବାଗେଶ୍ବର ଧାମ ପକ୍ଷରୁ ପ୍ରତିଷ୍ଠା ହେବାକୁ ଥିବା କ୍ୟାନ୍‌ସର ହସ୍ପିଟାଲର ଶିଳାନ୍ୟାସ କରିବା ଅବସରରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱାସ ଏବଂ ସାଂସ୍କୃତିକ ପ୍ରଥାକୁ ଉପହାସ କରୁଥିବା ରାଜନେତାମାନେ ଭାରତର ଧାର୍ମିକ ଐତିହ୍ୟକୁ କ୍ଷୁଣ୍ଣ କରିବାକୁ ପ୍ରୟାସ କରୁଛନ୍ତି । ଏହା ସେମାନଙ୍କର ଦାସତ୍ବ ମାନସିକତା। କିଛି ନେତା ଧର୍ମ ଓ ପରମ୍ପରାକୁ ଲଗାତାର ଉପହାର କରୁଥିବା ଦେଖିବାକୁ ମିଳୁଛି।ବିଦେଶୀ ଶକ୍ତିମାନେ ମଧ୍ୟ ଏହି ଲୋକମାନଙ୍କୁ ସମର୍ଥନ କରି ଦେଶ ଏବଂ ଧର୍ମକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ହିନ୍ଦୁ ଧର୍ମକୁ ଘୃଣା କରୁଥିବା କିଛି ଲୋକ ଶତାବ୍ଦୀ ଧରି ବିଭିନ୍ନ ସମୟରେ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରନ୍ତି ଏବଂ ସେମାନେ ଦାସତ୍ବ ମାନସିକତାରେ ଫସି ରହିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କାହାର ନାମ ନନେଇ କହିଛନ୍ତି। ଏହାବ୍ୟତୀତ ମନ୍ଦିର, ପରମ୍ପରା ଓ ପର୍ବପର୍ବାଣୀକୁ ଟାର୍ଗେଟ କରୁଥିବା ଲୋକଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମାନଙ୍କର ଏଜେଣ୍ଡା ହେଉଛି ସାମାଜିକ ଏକତାକୁ ଭାଙ୍ଗିବା। ସବୁବେଳେ ପ୍ରଗତିଶୀଳ ଥିବା ଧର୍ମ ଓ ସଂସ୍କୃତି ଉପରେ ଆକ୍ରମଣ କରିବାକୁ ସେମାନେ ସାହସ କରନ୍ତି। ଆମ ସମାଜକୁ ବିଭାଜିତ କରିବା ଏବଂ ଏହାର ଏକତା ଭାଙ୍ଗିବା ସେମାନଙ୍କର ଉଦ୍ଦେଶ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ବାଗେଶ୍ୱର ଧାମର ଆଧ୍ୟାତ୍ମିକ ନେତା ଧୀରେନ୍ଦ୍ର ଶାସ୍ତ୍ରୀ ଦେଶର ଏକତାକୁ ପ୍ରୋତ୍ସାହିତ କରିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ପ୍ରଶଂସା କରିଛନ୍ତି ଏବଂ ଧାର୍ମିକ ସ୍ଥଳରେ କର୍କଟ ଅନୁଷ୍ଠାନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପଦକ୍ଷେପ ଅତି ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି। ଆଧ୍ୟାତ୍ମିକ ଅର୍ପଣ ସହିତ ବାଗେଶ୍ୱର ଧାମ ଏବେ ଅଭାବୀ ଲୋକଙ୍କୁ ଚିକିତ୍ସା ସହାୟତା ଯୋଗାଇଦେବ। ଧୀରେନ୍ଦ୍ର ଶାସ୍ତ୍ରୀ ଦୀର୍ଘ ଦିନ ଧରି ଦେଶବାସୀଙ୍କୁ ଏକତାର ମନ୍ତ୍ରରେ ସଚେତନ କରି ଆସୁଛନ୍ତି। ଏବେ ସେ ସମାଜ ଓ ମାନବିକତାର ସ୍ୱାର୍ଥ ପାଇଁ ଆଉ ଏକ ସଂକଳ୍ପରେ ପହଞ୍ଚିଛନ୍ତି। ଅର୍ଥାତ୍ ଏବେ ବାଗେଶ୍ୱର ଧାମରେ ଆପଣଙ୍କୁ ଭଜନ, ଖାଦ୍ୟ ଏବଂ ସୁସ୍ଥ ଜୀବନର ଆଶୀର୍ବାଦ ମିଳିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ