Saturday, February 7, 2026
29.1 C
Odisha

    ଆଜି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ୫୦ ତମ ଶୁଣାଣି

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଆଜି ୫୦ ତମ ଶୁଣାଣି । ଉଭୟ ଓଡ଼ିଶା ଓ ଛତିଶଗଡ଼ ଟ୍ରିବ୍ୟୁନାଲରେ ନିଜର ପକ୍ଷ ଓ ଆପୋସ ବୁଝାମଣାର ଅଗ୍ରଗତି ବିଷୟରେ ଜଣାଇବେ। ପୂର୍ବରୁ ୪୯ଟି ଶୁଣାଣିରେ କୌଣସି ସମାଧାନ ହୋଇପାରିନାହିଁ । ଟ୍ରିବ୍ୟୁନାଲ୍ ଏପର୍ଯ୍ୟନ୍ତ ଜଳ ବଣ୍ଟନ ସମ୍ପର୍କରେ କୌଣସି ଅନ୍ତରୀଣ ବା ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିନାହାନ୍ତି । ତେଣୁ ଆଜି ଶୁଣାଣିରେ ଟ୍ରିବ୍ୟୁନାଲ କଣ ପରବର୍ତ୍ତୀ ନିର୍ଦ୍ଦେଶ ଦେଉଛନ୍ତି ତା ଉପରେ ନଜର ରହିବ । ଗତବର୍ଷ ଅଗଷ୍ଟ ମାସରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଆପୋସ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ପ୍ରୟାସ ଆରମ୍ଭ କରିଥିଲେ ।

    ପ୍ରଥମେ ବୈଷୟିକ କମିଟି, ପରେ ସଚିବ, ମୁଖ୍ୟ ସଚିବ ଓ ଶେଷରେ ମୁଖ୍ଯମନ୍ତ୍ରୀ ସ୍ତରରେ ଆଲୋଚନା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ବୈଷୟିକ ଓ ସଚିବ ସ୍ତରରେ କଥାବାର୍ତ୍ତା ହୋଇଥିଲେ ମଧ୍ୟ ଡିସେମ୍ବରରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ହୋଇପାରିନାହିଁ। ପରେ ମହାନଦୀ ପାଇଁ କମିଟି ଗଠନ କରିଥିଲେ ରାଜ୍ୟ ସରକାର। ଜାନୁଆରୀ ୨୩ରେ ଓଡ଼ିଶାରେ ସର୍ବଦଳୀୟ ବୈଠକରେ ଏନେଇ ଆଲୋଚନା ହୋଇଥାନ୍ତା । କିନ୍ତୁ ସର୍ବଦଳୀୟ ବୈଠକ ବସିପାରି ନାହିଁ।  ଜାନୁଆରୀ ୩୧ ଓ ଫେବୃଆରୀ ୧ରେ ମଧ୍ୟ ମହାନଦୀ କମିଟି ଛତିଶଗଡ଼ ଗସ୍ତ କରିନାହିଁ । ଆସନ୍ତା ଏପ୍ରିଲ୧୩ରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ସରିବାକୁ ଥିବା ବେଳେ ସମୟସୀମାକୁ ଆଉ ୯ ମାସ ବଢ଼ାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ଓଡ଼ିଶା ସରକାର।

    ଓଡ଼ିଶାର ଅଭିଯୋଗ, ଛତିଶଗଡ଼ ସରକାର ମହାନଦୀର ଉପର ମୁଣ୍ଡରେ ଏକପାଖିଆ ଭାବେ ଅନେକ ବ୍ୟାରେଜ୍ ଓ ଶିଳ୍ପଭିତ୍ତିକ ଆନିକଟ ନିର୍ମାଣ କରିଛନ୍ତି । ଏହାଦ୍ୱାରା ଅଣ-ମୌସୁମୀ ସମୟରେ ଓଡ଼ିଶାକୁ ଜଳ ପ୍ରବାହ ସାଂଘାତିକ ଭାବେ କମିଯାଉଛି । ଯାହା ଚାଷ, ପାନୀୟ ଜଳ ଏବଂ ପରିବେଶ ଉପରେ କୁପ୍ରଭାବ ପକାଉଛି । ୨୦୧୬ରେ ଓଡ଼ିଶା ଏନେଇ ଆପତ୍ତି ଉଠାଇବା ପରେ ୨୦୧୮ ମସିହାରେ କେନ୍ଦ୍ର ସରକାର ‘ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍’ ଗଠନ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    15 %
    3.9kmh
    0 %
    Sat
    30 °
    Sun
    31 °
    Mon
    31 °
    Tue
    33 °
    Wed
    34 °

    ସମ୍ବନ୍ଧିତ