Friday, October 31, 2025
27.4 C
Odisha

    ଆଜି ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀଙ୍କର ୪୧ତମ ଶ୍ରାଦ୍ଧ ବାର୍ଷିକୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :  ଅକ୍ଟୋବର ୩୧ । ୧୯୮୪ ମସିହା ଆଜିର ଦିନରେ ଆମ ଦେଶ ହରାଇଥିଲା ଏକ ନାରୀ ଶକ୍ତି, ଭାରତର ପ୍ରଥମ ଏବଂ ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀଙ୍କୁ । ଆଜି ତାଙ୍କର ୪୧ତମ ଶ୍ରାଦ୍ଧ ବାର୍ଷିକୀ । ଇନ୍ଦିରା ଭାରତର ଗୌରବ, ନେତୃତ୍ୱ ଓ ସାହସର ପ୍ରତୀକ ଥିଲେ ।  ସେ ୧୯୬୬ରୁ ୧୯୭୭ ଓ ପୁନର୍ବାର ୧୯୮୦ରୁ ୧୯୮୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ। ତାଙ୍କ ମୋଟ କାର୍ଯ୍ୟକାଳ ଥିଲା ୧୫ ବର୍ଷ ଓ ୩୫୦ ଦିନ। ଯାହା ଭାରତର ରାଜନୈତିକ ଇତିହାସରେ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଅନ୍ୟତମ । ଇନ୍ଦିରା ଗାନ୍ଧୀ ହେଉଛନ୍ତି ବିଶ୍ୱର ଦ୍ୱିତୀୟ ମହିଳା ପ୍ରଧାନମନ୍ତ୍ରୀ, ଯାହା ଆମମାନଙ୍କ ପାଇଁ ଏକ ଗୌରବର ବିଷୟ ।

    ୧୯୭୧ରେ ଭାରତ–ପାକ ଯୁଦ୍ଧରେ ତାଙ୍କ ନିର୍ଣ୍ଣୟାକ ନେତୃତ୍ୱରେ ନୂଆ ରାଷ୍ଟ୍ର ‘ବାଙ୍ଗଲାଦେଶ’ ଜନ୍ମ ନେଇଥିଲା । ଇନ୍ଦିରା ଗାନ୍ଧୀଙ୍କ ଓଡ଼ିଶା ସହ ଏକ ବିଶେଷ ସମ୍ପର୍କ ଥିଲା। ସେ ଥିଲେ ସମ୍ବଲପୁରୀ ଶାଢୀର ଗଭୀର ଅନୁରାଗିଣି । ଇନ୍ଦିରା ଗାନ୍ଧୀ ତାଙ୍କ ଶେଷ ସାର୍ବଜନିକ ଭାଷଣ ୩୦ ଅକ୍ଟୋବର ୧୯୮୪ ମସିହାରେ ଭୁବନେଶ୍ୱରର PARADE ପଡିଆରେ ଦେଇଥିଲେ। ଯାହା ବର୍ତ୍ତମାନ ଇନ୍ଦିରା ଗାନ୍ଧୀ ପାର୍କ ନାମରେ ନାମିତ ହୋଇଛି। ଆଜି ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.4 ° C
    27.4 °
    27.4 °
    80 %
    1.3kmh
    90 %
    Fri
    27 °
    Sat
    28 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ