Tuesday, June 2, 2026
31.7 C
Odisha

    SI ପରୀକ୍ଷା କେଳେଙ୍କାରୀ ମାମଲା : ସିବିଆଇକୁ କେସ ରେକର୍ଡ ହସ୍ତାନ୍ତର କରିବ କ୍ରାଇମବ୍ରାଞ୍ଚ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :   ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ କେବେ ଆରମ୍ଭ ହେବ ସିବିଆଇ ତଦନ୍ତ । ସିବିଆଇକୁ ତଦନ୍ତ ଦାୟିତ୍ବ ଦିଆଯାଇଛି ।  କିନ୍ତୁ ମାମଲାରେ ଖୋଳତାଡ଼ ଆରମ୍ଭ କରିନି ସିବିଆଇ । କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି, ସିବିଆଇ ଅଧିକାରୀମାନେ ଆସିଲେ ଆମେ ସେମାନଙ୍କୁ କେସ ରେକର୍ଡ ହସ୍ତାନ୍ତର କରାଯିବ ।  ଏହି ମାମଲାରେ ଆନ୍ତଃରାଜ୍ୟ ଲିଙ୍କ ଥିବାରୁ ସରକାର ସିବିଆଇକୁ ତଦନ୍ତ ଦାୟିତ୍ବ ଦେଇଛନ୍ତି ।  ଆନ୍ତଃରାଜ୍ୟ ଲିଙ୍କ୍ ଥିବାରୁ ସିବିଆଇ ଦ୍ବାରା ତଦନ୍ତ ଭଲ ଭାବରେ ଆଗେଇ ପାରିବ ।

    ଆମେ ଯେତେବେଳେ ଯାହା ତଥ୍ୟ ପ୍ରମାଣ ପାଇଛୁ, ସେହି ଆଧାରରେ ତଦନ୍ତକୁ ଆଗେଇଛୁ। ଆମକୁ ଆଗକୁ ଯାହା ଯାହା ତଥ୍ୟ ପ୍ରମାଣ ମିଳିବ ତାକୁ ସାମ୍ନାକୁ ଆଣିବୁ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ।  ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ଏପର୍ଯ୍ୟନ୍ତ ଧରାପଡ଼ିନି ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ।  ଅନ୍ୟପଟେ ଗିରଫ ହୋଇଥିବା ସମସ୍ତ ୧୧୪ ପରୀକ୍ଷାର୍ଥୀ ଗତକାଲି ବ୍ରହ୍ମପୁର ଜେଲରୁ ଜାମିନରେ ମୁକୁଳିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.7 ° C
    31.7 °
    31.7 °
    49 %
    1kmh
    20 %
    Tue
    39 °
    Wed
    41 °
    Thu
    41 °
    Fri
    42 °
    Sat
    42 °

    ସମ୍ବନ୍ଧିତ