Wednesday, October 7, 2026
27.2 C
Odisha

    ଆଜି ମିଳିବନି ନବଯୌବନ ଏବଂ ପହଣ୍ଡି ଦର୍ଶନ

    ଆଗକୁ ପଢନ୍ତୁ

    ପୁରୀ: ଅଣସର ଘରେ ଗୋପନ ନୀତି ପରେ ଜ୍ବରରେ ପଡ଼ିଥିବା ମହାପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହେବା ପରେ ଖଡ଼ି ଲାଗି ସହ ଆଜି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଦୁଇଦିନିଆ ବନକଲାଗି ନୀତି ସଂପନ୍ନ ହୋଇଛି। ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି। ଏଥିପାଇଁ ୧୩ ଦିନର ଅଣସର ‌ଶେଷ କରି ରବିବାର ଶ୍ରୀଜିଉ ଅଣସର ପିଣ୍ଡିରୁ ନବଯୌବନ ବେଶରେ ଦର୍ଶନ ଦେବେ। ଏହାର କିଛି ଘଣ୍ଟା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପହଣ୍ଡି ଆରମ୍ଭ ହେବ। କିନ୍ତୁ ଭକ୍ତମାନେ ଚଳିତବର୍ଷ ନବଯୌବନ ଦର୍ଶନର ସୌଭାଗ୍ୟରୁ ବଞ୍ଚିତ ରହିବେ। କେବଳ ସେବାୟତ ପରିବାରଙ୍କୁ ଏହି ସୁଯୋଗ ମିଳିବ। ଗୋଟିଏ ଦିନରେ ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ୁଥିବାରୁ ଚଳିତବର୍ଷ ନବଯୌବନ ଦର୍ଶନ ବନ୍ଦ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀଗୁଣ୍ଡିଚା ଯାତ୍ରା ପହଣ୍ଡି ଦର୍ଶନ ବି ବନ୍ଦ ରହିଛି। ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି।ବିନା ଭକ୍ତରେ ମହାପ୍ରଭୁ ପହଣ୍ଡି ହୋଇ ବଡ଼ଦାଣ୍ଡକୁ ଆସିବେ। ବଡ଼ଦାଣ୍ଡକୁ ଆସିବା ପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ