Friday, August 28, 2026
30 C
Odisha

    ଆଜି ଶ୍ରୀଜୀଉଙ୍କ ଆଡପ ବିଜେ, ଅପରାହ୍ନରେ ହେବ ପହଣ୍ଡି

    ଆଗକୁ ପଢନ୍ତୁ

    ପୁରୀ  : ଆଜି ଶ୍ରୀଜୀଉଙ୍କ ଆଡପ ବିଜେ । ରଥ ଉପରେ ଅବକାଶ ନୀତି ପରେ ତିନି ରଥ ଶରଧା ବାଲିରେ ପହଞ୍ଚିଛି । ଆଜି ରଥ ଉପରେ ସକାଳ ଧୁପ ଗୋପାଳବଲ୍ଲଭ , ମଧ୍ଯାହ୍ନ ଧୁପ ଓ ସଂନ୍ଧ୍ଯା ଧୁପ ସରିବା ପରେ ହେବ ବଡସିଂହାର ବେଶ । ଏହାପରେ ଠିଆ ପହୁଡ ଅର୍ଥାତ ଟେରା ପଡିବ।  ଅପରାହ୍ନରେ ଶ୍ରୀ ଜୀଉଙ୍କ ଆଡପ ପହଣ୍ଡି । ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ପରେ ରୁନ୍ଧା ନୀତି ବଢି ବଡ ସିଂହାର ବେଶ କରି ପହୁଡ କରିବା ସୂଚନା ରହିଛି । ମହାପ୍ରଭୁଙ୍କ ଆଡପ ବିଜେ ସରିବା ପରେ ଆସନ୍ତା କାଲି ଠାରୁ ଜନ୍ମ ବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏଥିସହ ଆସନ୍ତା କାଲିଠାରୁ ଭକ୍ତ ମନେ ପାଇବେ ଆଡପ ଅଭଡ଼ା । ଭକ୍ତଙ୍କ ଶୃଙ୍ଖଳିତ ପହଣ୍ଡି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରଥ ଉପରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସାରିବା ପରେ ପହଣ୍ଡି ବିଜେ ଆରମ୍ଭ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30 ° C
    30 °
    30 °
    69 %
    5.3kmh
    100 %
    Fri
    30 °
    Sat
    30 °
    Sun
    27 °
    Mon
    27 °
    Tue
    23 °

    ସମ୍ବନ୍ଧିତ