Wednesday, April 9, 2025
24.8 C
Odisha

ଆଜି ସାବିତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ବିରଜା

ଆଗକୁ ପଢନ୍ତୁ

ଯାଜପୁର : ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ମା’ ବିରଜାଙ୍କ ଜନ୍ମୋତ୍ସବ । ଚଳିତଥର ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱନକ୍ଷତ୍ର ଦିବସ ଖୁବ ଧୁମଧାମରେ ପାଳନ ହେଉଛି । ମା ବିରଜାଙ୍କ ଜନ୍ମୋତ୍ସବ ପାଳନ ପାଇଁ ଉତ୍ସବମୁଖର ହୋଇଛି ବିରଜା ପୀଠ । ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ପରମ୍ପରା ଅନୁଯାୟୀ , ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବ୍ରହ୍ମମୁହୂର୍ତ୍ତରେ ଦେବୀଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସରିବା ପରେ ୭.୫୭ ମିନିଟ ଦେବୀଙ୍କୁ ସ୍ୱନକ୍ଷତ୍ର ବିହିତ ମହାସ୍ନାନ କରାଯିବ। ସ୍ନାନ ପରେ ଚନ୍ଦନ ବେଶ, ସାବିତ୍ରୀ ବେଶ ଓ ଅଳଙ୍କାର ବେଶ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟ ସରିବା ପରେ ସିଂହାସନ ଉପରେ ଷୋଡଶ ଉପଚାର ପୂଜାବିଧି ଆରମ୍ଭ କରାଯିବା ସହ ମା’ଙ୍କ ସାବିତ୍ରୀ ବେଶ କରାଯିବ।ପ‌ରେ ସ୍ୱତନ୍ତ୍ର ନୀତି ଲାଗି କରାଯିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯିବ । ପରେ ପୁର୍ଣ୍ଣାହୁତି, ଆରତୀ ଓ ଘଟ ବିସର୍ଜନ କରାଯିବ । ଆଜି ବିରଜା ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ସମାଗମ ହେବାର ସମ୍ଭାବନା ରହିଛି। ଶୃଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ଫୁଲ ଓ ଆଲୋକରେ ସୁସଜିତ କରାଯାଇଛି।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
clear sky
24.8 ° C
24.8 °
24.8 °
76 %
4.4kmh
6 %
Tue
25 °
Wed
38 °
Thu
40 °
Fri
41 °
Sat
40 °

ସମ୍ବନ୍ଧିତ