Tuesday, May 12, 2026
34.1 C
Odisha

    ଆଜି ସିବିଏସଇ ଦ୍ବାଦଶ ରେଜଲ୍ଟ, ମଧ୍ୟାହ୍ନ ୧୨ଟାରେ ବାହାରିପାରେ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଆଜି ବାହାରିପାରେ CBSE ଦ୍ବାଦଶ ଫଳ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ଆଜି ପ୍ରକାଶ ପାଇପାରେ। ମଧ୍ୟାହ୍ନ ୧୨ଟାରେ ରେଜଲ୍ଟ ବାହାରିବା ପରେ ପରୀକ୍ଷାର୍ଥୀମାନେ cbse.gov.in, cbseresults .nic.in A results.cbse.nic.in ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ। ଏଥିସହ ଡିଜିଲକର ଓ ଉମଙ୍ଗ ଆପ୍, ଆଇଭିଆରଏସ୍ ଓ SMS ମାଧ୍ୟମରେ ବି ପରୀକ୍ଷାଫଳ ଉପଲବ୍ଧ ହେବ ।

    ସୂଚନାନୁଯାୟୀ, ଗତମାସ CBSE ଦଶମ ଶ୍ରେଣୀ ପରୀକ୍ଷା ପ୍ରକାଶ ପାଇବା ପରେ ଏବେ CBSE ବୋର୍ଡର ନିଷ୍ପତ୍ତି ଅନୁଯାୟୀ CBSE ଦଶମ ଶ୍ରେଣୀ ୨ୟ ବୋର୍ଡ଼ ପରୀକ୍ଷା ତାରିଖ ଘୋଷଣା ହୋଇଥିଲା । ମେ ୧୫ରୁ ୨୧ ତାରିଖ ଯାଏ ଚାଲିବ ଏହି ପରୀକ୍ଷା । ସକାଳ ୧୦:୩୦ ରୁ ୧:୩୦ ଯାଏ ପରୀକ୍ଷା ହେବା ନେଇ ସମୟ ନିର୍ଘଣ୍ଟ ହୋଇଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ CBSE କରିଛି ୨ୟ ବୋର୍ଡ଼ ପରୀକ୍ଷା ନିଷ୍ପତ୍ତି । ଛାତ୍ରଛାତ୍ରୀ ଅଳ୍ପ ମାର୍କ ରଖିଥିବା ବିଷୟରେ ରିପିଟ ପରୀକ୍ଷା ଦେଇ ପାରିବେ । ଏହି ସୁଯୋଗ ଛାତ୍ରଛାତ୍ରୀଙ୍କୁ ୩ ଟି ବିଷୟ ପାଇଁ ସୁଯୋଗ ମିଳିବ । ସେଥି ମଧ୍ୟରୁ ଗୋଟିଏ ଲାଙ୍ଗୁଏଜ ଓ ଦୁଇଟି ଅନ୍ୟ ବିଷୟ ଅନ୍ତର୍ଭୁକ୍ତ । ତେବେ ଏହାକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅଭିଭାବକ ତଥା ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.1 ° C
    34.1 °
    34.1 °
    37 %
    2.3kmh
    6 %
    Tue
    39 °
    Wed
    41 °
    Thu
    44 °
    Fri
    43 °
    Sat
    44 °

    ସମ୍ବନ୍ଧିତ