Monday, June 1, 2026
27.3 C
Odisha

    ବାଲିଅନ୍ତା ହତ୍ୟା ଘଟଣା: କ୍ରାଇମବ୍ରାଞ୍ଚ ହାତରେ ୧୬ ଅଭିଯୁକ୍ତଙ୍କ ତାଲିକା

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ବାଲିଅନ୍ତା ସୌମ୍ୟଙ୍କୁ ପିଟିପିଟି ହତ୍ୟା ମାମଲାରେ ଜଣଙ୍କୁ ଇଠାଇନେଲା କ୍ରାଇମବ୍ରାଞ୍ଚ । ବର୍ବର କାଣ୍ଡରେ ସମ୍ପୃକ୍ତି ଥିବା ନେଇ ଜଣେ ଅଭିଯୁକ୍ତକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ । ଭିଡ଼ ଭିତରେ ସୋମ୍ୟଙ୍କୁ ହତ୍ୟା କରିଥିବା ଆଉ ଜଣେ ଯୁବକକୁ ଅଟକ ରଖି ପଚରାଉଚରା । ୧୬ ଜଣ ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରିଛି ଟିମ । ଏଯାବତ ଗିରଫ ହୋଇଛନ୍ତି ୧୧ଜଣ ।  ଅନ୍ୟ ଅଭିଯୁକ୍ତଙ୍କ ଚିହ୍ନଟ ପାଇଁ ଝାରପଡ଼ା ଜେଲକୁ ଯିବ କ୍ରାଇମବ୍ରାଞ୍ଚ । ସେପଟେ ସୋମ୍ୟର ବ୍ୟବସାୟିକ କାରବାର ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ ।

    ସୌମ୍ୟଙ୍କ ସାଙ୍ଗ ଓ ଜିମରେ ଘନିଷ୍ଠ ଚିହ୍ନା ପରିଚିତଙ୍କ ତାଲିକା ପ୍ରସ୍ତୁତ କରିଛି ଟିମ୍ । ସେମାନଙ୍କୁ ସୌମ୍ୟ ବାବଦରେ ଅଧିକ ତଥ୍ୟ ନିଆଯିବ । ସେହିଭଳି ଘଟଣା ସ୍ଥଳରେ ଉପସ୍ଥିତ ଚାରି ଜଣଙ୍କ କଲ ଡିଟେଲସ୍ ମଗାଯାଇଛି । ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ଭିଡିଓ ଆଧାରରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ଏମାନଙ୍କ ସଂଖ୍ୟା ବଢ଼ିପାରେ। କେଉଁ ପରିସ୍ଥିତିରେ ଭିଡ଼ ହିଂସା ସ୍ଥିତି ସୃଷ୍ଟି ହେଲା ସେ ନେଇ ତଥ୍ୟ ହାସଲ କରିଛି । ତିନି ଜଣ ପ୍ରତ୍ୟକ୍ଷ ଦର୍ଶୀ ଙ୍କ ନେଇ ଖୋଳତାଡ଼ ଜାରି ରଖିଛି କ୍ରାଇମବ୍ରାଞ୍ଚ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.3 ° C
    27.3 °
    27.3 °
    70 %
    2.1kmh
    47 %
    Mon
    27 °
    Tue
    39 °
    Wed
    41 °
    Thu
    43 °
    Fri
    43 °

    ସମ୍ବନ୍ଧିତ