Friday, June 19, 2026
34.3 C
Odisha

    ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ । ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଜାତୀୟ ରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଦୋକାନ ବଜାର ସ୍କୁଲ୍ କଲେଜ୍ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି କର୍ମୀ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲାରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନଷ୍ଠାନ ଦାବିରେ ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । କଂଗ୍ରେସ ଦଳ ମଧ୍ୟ ଏହି ବନ୍ଦ କୁ ସମର୍ଥନ ଜଣାଇଛି । କାକବନ୍ଧ ଆଶ୍ରମ ସ୍କୁଲରେ ଝାଡ଼ାବାନ୍ତିରେ ପଞ୍ଚମ ଶ୍ରେଣୀ ଛାତ୍ରୀ ରୂପାଲି ବେଶ୍ରାଙ୍କ ମୃତ୍ୟୁ ଘଟିଥିଲା । ଝାଡ଼ାବାନ୍ତିରେ ସ୍କୁଲର ବହୁ ଛାତ୍ରୀ ଆକ୍ରାନ୍ତ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    34.3 ° C
    34.3 °
    34.3 °
    43 %
    2.2kmh
    82 %
    Fri
    29 °
    Sat
    38 °
    Sun
    38 °
    Mon
    38 °
    Tue
    37 °

    ସମ୍ବନ୍ଧିତ