Friday, April 17, 2026
34.2 C
Odisha

    ଟେମ୍ପୋ ଟ୍ରାଭେଲର୍ ଧକ୍କାରେ ୩ ମୃତ, ଜଣେ ଗୁରୁତର

    ଆଗକୁ ପଢନ୍ତୁ

    ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଗାଜିଆବାଦର ଦିଲ୍ଲୀ ମେରଠ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ବିଜୟନଗର ଥାନା ନିକଟରେ ହୋଇଥିବା ଜଣାପଡିଛି । ବାଇକ୍ ଚାଳକଙ୍କୁ ପଛ ପଟୁ ଧକ୍କା ଦେଇଥିଲା ଡ୍ରାଭେଲର୍ ବସ୍ । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଜଣଙ୍କର ମୃତ୍ୟୁ ହସ୍ପିଟାଲ ନେବା ବାଟରେ ଘଟିଥିବା ଜଣାପଡିଛି । ଜଣେ ଥର୍ ଆରୋହି ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳୁଛି ।

    ସୂଚନାନୁଯାୟୀ, ଦିଲ୍ଲୀରୁ ମେରଠ ଯାଉଥିବା ମୁଖ୍ୟ ଏକ୍ସପ୍ରେସୱେ ଲେନର IPEM କଲେଜ ଏକ୍ସିଟ୍ ପଏଣ୍ଟ ନିକଟରେ ଏକ ଥର ଗାଡ଼ି ଠିଆ ହୋଇଥିଲା । ଦୁଇଜଣ ଯୁବକ ଗାଡ଼ିରୁ ଓହ୍ଲାଇ ଜଣେ ବାଇକ୍ ଚାଳକଙ୍କ ସହ କଥା ହେଉଥିଲେ । ସେହି ସମୟରେ ପଛରୁ ଆସୁଥିବା ଏକ ଟ୍ରାଭେଲର୍ ବସ୍ ସେହି ତିନି ଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ଜଣେ ଥର ଆରୋହୀ ଏବଂ ଜଣେ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଜଣଙ୍କର ମୃତ୍ୟୁ ହସ୍ପିଟାଲ ନେବା ବାଟରେ ଘଟିଥିଲା । ହେଲେ ଅନ୍ୟ ଜଣେ ଥର୍ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ୨ ଜଣ ମୃତକ ହେଲେ ଦୀପକ ଏବଂ ପ୍ରବୀଣ । କିନ୍ତୁ ତୃତୀୟ ଜଣଙ୍କର ପରିଚୟ ମିଳିପାରିନାହିଁ । ଏହି ଘଟଣା ପ୍ରାୟ ଆଜି ସକାଳ ୬ଟା ୧୦ ମିନିଟ ସମୟରେ ଦେଖିବାକୁ ମିଳିଥିଲା ।

    ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି, ଏବଂ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏଥିସହ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କୁ ହେପାଜତକୁ ନେଇଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.2 ° C
    34.2 °
    34.2 °
    16 %
    0.5kmh
    6 %
    Fri
    36 °
    Sat
    42 °
    Sun
    44 °
    Mon
    44 °
    Tue
    44 °

    ସମ୍ବନ୍ଧିତ