ମାଲକାନଗିରି : ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଆଜି ୧୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ୧୨ ଜଣ ମାଓବାଦୀଙ୍କ ମଧ୍ୟରୁ ୮ ଜଣ ମହିଳା ଓ ୪ ଜଣ ପୁରୁଷ ମାଓବାଦୀ ରହିଛନ୍ତି । ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତକୁ ଫେରିଛନ୍ତି ଏହି ୧୨ ଜଣ ମାଓବାଦୀ । ଏମାନଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ ସରକାର ୫ ଲକ୍ଷ ୪୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ।
ଏକେ-୪୭, ଏସ୍ଏଲ୍ଆର୍ ବନ୍ଧୁକ, ୨୫୦ଟି ଜେଲାଟିନ୍ ଷ୍ଟିକ, ୪୦୦ଟି ଡିଟୋନିଟର ସହ ଏମାନେ ବିଜାପୁର ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସମସ୍ତଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପରବର୍ତ୍ତୀ ସମୟରେ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ବିଜାପୁର ଏସପି କହିଛନ୍ତି । ବିଜାପୁର ଜିଲ୍ଲାରେ ୧ ଜାନୁଆରୀ ୨୦୨୪ ରୁ ଏପର୍ଯ୍ୟନ୍ତ ୮୮୮ ଜଣ ମାଓବାଦୀ ମୁଖ୍ୟସ୍ରୋତକୁ ଫେରିଛନ୍ତି। ୧୧୬୩ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବାବେଳେ ବିଭିନ୍ନ ଏନକାଉଣ୍ଟରରେ ୨୩୧ ଜଣ ମାଓବାଦୀ ନିହତ ହୋଇଛନ୍ତି ।

